ଶିକ୍ଷକ ଶିକ୍ଷା ତାଲିମ ପାଠ୍ୟକ୍ରମ ପାଇଁ ଅନ୍ଲାଇନ୍ ପ୍ରବେଶିକା
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷଠାରୁ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ୍)ଡିଇଏଲ୍ଇଡି, ବିଏଡ୍, ବିଏଚ୍ଇଡି ଏବଂ ଏମ୍ଫିଲ୍(ଶିକ୍ଷା) ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନ୍ଲାଇନ୍ରେ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଏ ସମସ୍ତ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଜୁନ୍ ୨୦ତାରିଖ ସୁଦ୍ଧା ଅନ୍ଲାଇନ୍ରେ ନାମ ପଞ୍ଜୀକରଣ କରିପାରିବେ। www.sme.odisha.gov.in, www.samsodisha.gov.in ଓ www.scertodisha.nic.in ୱେବ୍ସାଇଟ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ନାମପଞ୍ଜୀକରଣ କରିବାକୁ ପଡ଼ିବ। ଜୁନ୍ ୨୦ସୁଦ୍ଧା ଅନ୍ଲାଇନ୍ରେ ଫି’ ଦାଖଲ କରିପାରିବେ। ସେହିପରି ଜୁନ୍ ୨୨ସୁଦ୍ଧା ଅଫ୍ଲାଇନ୍ରେ ଫି’ ଦାଖଲ କରିହେବ। ନାମଲେଖା ଓ ପ୍ରବେଶିକା ସଂକ୍ରାନ୍ତ ସୂଚନା ପୁସ୍ତିକା ୱେବ୍ସାଇଟରେ ଉପଲବ୍ଧ। ଛାତ୍ରଛାତ୍ରୀଙ୍କୁ ଏସ୍ଏମ୍ଏସ୍ ଏବଂ ଇ-ମେଲ୍ ଜରିଆରେ ଅନ୍ଲାଇନ୍ ପରୀକ୍ଷା ପାଇଁ ଜିଲା, ସ୍ଥାନ ଓ ତାରିଖ ଠିକଣା ସମୟରେ ଅବଗତ କରାଯିବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ ପ୍ରସ୍ତୁତି ନିମନ୍ତେ ମକ୍ ଟେଷ୍ଟର ମଧ୍ୟ ଆୟୋଜନ କରାଯାଉଛି। ଶିକ୍ଷକ ଶିକ୍ଷା ତାଲିମ ନେବାକୁ ଇଚ୍ଛୁକ ସମସ୍ତ ଛାତ୍ରଛାତ୍ରୀ ଆବେଦନ ପୂର୍ବରୁ ସୂଚନା ପୁସ୍ତିକା ଭଲଭାବେ ପଢ଼ିବା ପାଇଁ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି।