ଭାରତ ବନ୍ଦକୁ କଂଗ୍ରେସ ଓ ଶିବସେନାର ସମର୍ଥନ : ଦିଦିଙ୍କ ବିରୋଧ

ନୂଆଦିଲ୍ଲୀ : ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ପ୍ରସ୍ଥାବିତ ଶ୍ରମ ଆଇନକୁ ବିରୋଧ ତଥା ମୋଦୀ ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣନୀତିକୁ ବିରୋଧ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବୁଧବାର ଭାରତ ବନ୍ଦର ଡାକରା ଦିଆଯାଇଥିଲା। ଏହାକୁ ଅନେକ ବିରୋଧୀ ଦଳ ସମର୍ଥନ କରୁଥିବାବେଳେ ଅନେକ ବିରୋଧୀ ସମର୍ଥନ କରିନଥିବା ଦେଖାଯାଇଛି। ଶ୍ରମିକ ସଂଗଠନ ପକ୍ଷରୁ ଡ଼କାଯାଇଥିବା ଏହି ୨୪ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ବାମପନ୍ଥୀ ଦଳ ଗୁଡ଼ିକ ସମର୍ଥନ ଜଣାଇଛନ୍ତି। ସେହିଭଳି କଂଗ୍ରେସ ଓ ଶିବସେନା ଏହାକୁ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛନ୍ତି। ମାତ୍ର ଅନ୍ୟ ପକ୍ଷରେ ବିଜେପିର ବିରୋଧୀ ପଶ୍ଚିମବଙ୍ଗର ମମତା ବନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏହାକୁ ସମର୍ଥନ କରୁ ନଥିବା ଦେଖାଯାଇଛି।

prayash


ଭାରତ ବନ୍ଦକୁ ନେଇ ରାହୁଲ ଗାନ୍ଧୀ ମୋଦୀଙ୍କୁ ଟାର୍ଗେଟ କରି ଟ୍ବିଟ କରିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ମୋଦୀ-ଶାହା ସରକାରଙ୍କର ଜନବିରୋଧୀ, ଶ୍ରମିକ ବିରୋଧୀ ନିତି ଯୋଗୁ ଭାରତରେ ଅନେକ ବେକାରୀ ଜନ୍ମ ନେଇଛନ୍ତି। ଏବଂ ସର୍ବଜୈନିନ କ୍ଷେତ୍ରରେ କମ୍ପାନୀମାନେ ମଧ୍ୟ ଏହାଦ୍ବାରା କ୍ରମଶଃ ଦୁର୍ବଳ ହେବାକୁ ବସିଛନ୍ତି। ଏହାର ବିରୋଧ କରି ଆଜି ୨୫କୋଟି ଶ୍ରମିକ ଭାଇମାନେ ଭାରତ ବନ୍ଦର ଡ଼ାକରା ଦେଇଛନ୍ତି। ମୁଁ ସେମାନଙ୍କୁ ପ୍ରଣାମ ଜଣାଉଛି ବୋଲି ରାହୁଲ କହିଛନ୍ତି।
ଅନ୍ୟପକ୍ଷରେ ବୁଧବାର ଭାରତ ବନ୍ଦଙ୍କୁ ସମର୍ଥନ ଜଣାଇଛି ଶିବସେନା। ଶିବସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିପିସିଏଲ ପକ୍ଷରୁ ମୁମ୍ବଇରେ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଟ୍ରେଡ ୟୁନିୟନ ଦ୍ବାରା ଭାରତ ବନ୍ଦର ଡାକରାକୁ ଶିବସେନା ସମର୍ଥନ ଜଣାଇଛି।
ତେବେ ଆଜିର ଭାରତ ବନ୍ଦର ଡାକରାକୁ ପଞ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିରୋଧ କରିଥିବା ଦେଖାଯାଇଛି। ଏନେଇ ମମତା କହିଛନ୍ତି ଯେ, ସିପିଆଇ(ଏମ)ର କୌଣସି ବିଚାରଧାରା ନାହିଁ। ରେଳ ଷ୍ଟେସନରେ ବୋମା ଲଗାଇବା ଗୁଣ୍ଡାଗିରି ସହିତ ସମାନ। ଆନ୍ଦୋଳନ ମାଧ୍ୟମରେ ଯାତ୍ରୀମାନଙ୍କୁ ମାଡ଼ ମାରିବା ସହିତ ସେମାନଙ୍କ ଉପରକୁ ପଥର ମାଡ଼ କରାଯାଉଛି। ଏହାକୁ ଆନ୍ଦୋଳନ ନୁହେଁ ବରଂ ଦାଦାଗିରି କୁହାଯିବ। ମୁଁ ଏହାକୁ ନିନ୍ଦା କରୁଛି। ତେଣୁ ଏହାକୁ ଆମ ଦଳ କୌଣସି ପରିସ୍ଥିତିରେ ମଧ୍ୟ ସମର୍ଥନ ଜଣାଇବି ନାହିଁ।

kalyan agarbati

Comments are closed.