ବେଆଇନ ଅର୍ଥ କାରବାର କରି ଦେଶ ଛାଡିଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଆଇନ

0

ନୂଆଦିଲ୍ଲୀ :  ବିଜୟ ମାଲ୍ୟା., ନୀରବ ମୋଦିଙ୍କ  ପରି ଅନେକ ବ୍ୟବସାୟୀ ହଜାର ହଜାର କୋଟି ଟଙ୍କାର ବେଆଇନ ଆର୍ଥିକ କାରବାର କରି ଦେଶ ଛାଡି ପଳାଇଛନ୍ତି ।  ଏହାପରେ କେନ୍ଦ୍ର ସରକାର ଏପରି ଅପରାଧୀଙ୍କ ପାଇଁ ନୂଆ ଆଇନ ଆଣିଛନ୍ତି । ଫ୍ୟୁଜିଟିଭ ଇକୋନମିକ ଅଫେଣ୍ଡର୍ସ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।

ପରବର୍ତ୍ତୀ ସଂସଦର ବଜେଟ ଅଧିବେଶନରେ ଏହି ବାଲକୁ ଆଗତ କରାଯିବାର ଅଛି । ଦେଶରେ ବେଆଇନ ଅର୍ଥ କାରବାର କରି ଫେରାର ହୋଇଯାଇଥିବା ବ୍ୟକ୍ତିମାନଙ୍କ ନାମରେ ଓ୍ୱାରେଣ୍ଟ ଜାରି ହେବାପରେ  ଭାରତକୁ ନ ଫେରିଲେ  ତାଙ୍କର ସମ୍ପତ୍ତିକୁ ଚିହ୍ନଟ କରାଯାଇ ଜବତ କରାଯାଇ ପାରିବ । ଦେଶ ଛାଡି ଯିବାପରେ ସମ୍ଭାବନା ଥିବା ଲୋକଙ୍କର ପାସ୍‌ପୋର୍ଟ ରଦ୍ଦ କରାଯିବ । ଅଡିଟର୍‌ ଓ ଚାର୍ଟାର୍ଡ ଆକାଉଣ୍ଟାଟମାନଙ୍କୁ ନିୟନ୍ତ୍ରଣ ପାଇଁ ନ୍ୟାସନାଲ ଫିନାସିଂଆଲ୍‌ ରିପୋର୍ଟିଂ ଅଥରଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply