ରୁପାରେ ସଜ୍ଜିତ ହେବ କାଳିଘାଟ ମନ୍ଦିର

0

କଲକାତା : ପଶ୍ଚିମବଙ୍ଗର କିମ୍ବଦନ୍ତୀ କାଳିଘାଟ ମନ୍ଦିରକୁ ରୁପାରେ ସଜ୍ଜିତ କରିବାକୁ ନିଷ୍ପତ୍ତି ହୋଇଛି। ଦେଶର ୫୧ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଏହି କାଳିଘାଟ ମନ୍ଦିରକୁ ରୁପାରେ ସଜ୍ଜିତ ପାଇଁ ୨୫୦ କିଲୋ ରୁପା ବ୍ୟବହାର କରାଯିବ। ଏଥିପାଇଁ ରାଜସ୍ଥାନରୁ ସ୍ୱତନ୍ତ୍ର ପ୍ରଶିକ୍ଷଣପ୍ରାପ୍ତ କାରିଗର ନିଯୁକ୍ତ ହେବେ। ମନ୍ଦିର ଗର୍ଭ ଗୃହର କାନ୍ଥଗୁଡିକ ପୂର୍ବରୁ ରୁପା ଛାଉଣି କରାଯାଇଛି। ଏବେ ମନ୍ଦିରର ବାହାର ପାର୍ଶ୍ବକୁ ରୁପାରେ ଆଚ୍ଛାଦିତ କରାଯିବା ପୂର୍ବକ ବିଭିନ୍ନ କାରୁକାର୍ଯ୍ୟ କରାଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କାଳିଘାଟ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏଥିରେ ବରିଷ୍ଠ ମନ୍ତ୍ରୀ, କାଳିଘାଟ ମନ୍ଦିର କର୍ମଚାରୀ, ବରିଷ୍ଠ ପୁଲିସ ଅଧିକାରୀ ଓ ଅମଲାତନ୍ତ୍ର ଅଧିକାରୀ ଉପସ୍ଥିତ ରହିଥିଲେ। ମନ୍ଦିରର ମୂଳ ଢାଞ୍ଚାକୁ ଅପରିବର୍ତ୍ତିତ ରଖି ଏହାର ସୌନ୍ଦର୍ଯ୍ୟକରଣ କରାଯିବ।

Leave A Reply