୫୦ ତାଲିବାନ ଆତଙ୍କବାଦୀ ନିହତ

0

କାବୁଲ : ଆଫଗାନିସ୍ତାନର ଦାକ୍ଷିଣାତ୍ୟ ପ୍ରଦେଶ ହେଲମାଣ୍ଡରେ ଆମେରିକା ସେନାର ରକେଟ ମାଡରେ ୫୦ରୁ ଅଧିକ ତାଲିବାନ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆମେରିକା ସେନାର କହିବା ଅନୁଯାୟୀ ପ୍ରାଣ ହରାଇଥିବା ଆତଙ୍କବାଦୀମାନେ ତାଲିବାନ ସଂଗଠନର ବରିଷ୍ଠ ସଦସ୍ୟ ଓ କମାଣ୍ଡର ବର୍ଗର। ଏକ ସପ୍ତାହ ହେଲା ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ତାଲିବାନ ବିରୋଧୀ ଅଭିଯାନ ଚାଲିଛି। ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀମାନେ କାୟା ବିସ୍ତାର ପାଇଁ ଯୋଜନା ଚଳାଇଥିବାବେଳେ ଆମେରିକା ସେନା ଏହାକୁ ଦମନ କରିବାରେ ଲାଗିଛି। ତାଲିବାନ ସଂଗଠନ ଆମେରିକା ସେନାର ଦାବିକୁ ଅଗ୍ରାହ୍ୟ କରିଛି। ତାଲିବାନର ମୁଖପାତ୍ର କ୍ୱାରି ୟୁସାଫ ଅହମାଦି କହିଛନ୍ତି ଯେ ଆଫଗାନିସ୍ତାନରେ ଶକ୍ତି ବୃଦ୍ଧି ଲାଗି କୌଣସି ଯୋଜନା ନାହିଁ। ଆମେରିକା ସେନା ଯେଉଁଠାରେ ରକେଟ ମାଡ କରିଛି ତାହା ସାଧାରଣ ଜନତାଙ୍କ ଆବାସିକ ଅଞ୍ଚଳ। ଏଠାରେ ତାଲିବାନଙ୍କର କୌଣସି ଉପସ୍ଥିତି ନାହିଁ। ରକେଟ ମାଡରେ ପ୍ରାଣ ହରାଇଥିବା ଲୋକମାନେ ସାଧାରଣ ନାଗରିକ ବୋଲି ତାଲିବାନ ମୁଖପାତ୍ର ଜଣଙ୍କ କହିଛନ୍ତି।

Leave A Reply