www.samajalive.in
Saturday, December 13, 2025
23.1 C
Bhubaneswar

ଶାବରୀମାଳା ମାମଲା: ୧୩ରୁ ୯ଜଣିଆ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ: କେରଳ ଶାବରୀମାଳା ସ୍ବାମୀ ଆୟାପ୍ପା ସ୍ବାମୀଙ୍କ ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତି ପ୍ରସଙ୍ଗର ଶୁଣାଣି ନିମନ୍ତେ ସୁପ୍ରିମକୋର୍ଟ ୯ଜଣିଆ ବିଚାରପତି ପୀଠ ଗଠନ କରିଛନ୍ତି। ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବରେ ଗଠିତ ଏହି ପୀଠ ଜାନୁଆରୀ ୧୩ରୁ ଶାବରୀମାଳା ସମେତ ଦେଶର ଅନ୍ୟାନ୍ୟ ଧାର୍ମିକ ପୀଠରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ କଟକଣା ଉପରେ ଶୁଣାଣି କରିବେ। ୨୦୧୮ ସେପ୍ଟେମ୍ବରରେ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ ଶାବରୀମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ସେତେବେଳେ କହିଥିଲେ ଯେ ମହିଳାଙ୍କ ପ୍ରବେଶକୁ ବାରଣ ଦ୍ବାରା ସେମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ସମ୍ବିଧାନ ପ୍ରଦତ୍ତ ସମାନତା ଅଧିକାରକୁ ଏହା ଲଙ୍ଘନ କରୁଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଶାବରୀମାଳା ମନ୍ଦିରରେ ମହିଳାମାନେ ପ୍ରବେଶ କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ରାୟର ସମୀକ୍ଷା ନେଇ ଆବେଦନ କରାଯାଇଛି। ୨୦୧୮ ନଭେମ୍ବର ୧୪ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବ ସୁପ୍ରିମକୋର୍ଟ ପୀଠ ରାୟର ସମୀକ୍ଷା ନିମନ୍ତେ ହୋଇଥିବା ଆବେଦନକୁ ଗ୍ରହଣ କରିଥିଲେ। ଶାବରୀମାଳା ସହିତ ଅନ୍ୟାନ୍ୟ ଧର୍ମ ଯେପରିକ ମୁସଲମାନ ଓ ପାର୍ସି ମହିଳାଙ୍କ କ୍ଷେତ୍ରରେ ରହିଥିବା କଟକଣା ଉପରେ ସୁପ୍ରିମକୋର୍ଟ ବିଚାର କରିବା ଲାଗି ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଆଧାରରେ ବର୍ତ୍ତମାନର ପ୍ରଧାନ ବିଚାରପତି ଏସଏ ବୋବଡେ ୯ଜଣିଆ ବିଚାରପତି ପୀଠ ଗଠନ କରି ଏହାର ଶୁଣାଣି ନିମନ୍ତେ ଦିନ ଧାର୍ଯ୍ୟ କରିଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories