www.samajalive.in
Wednesday, December 10, 2025
14.1 C
Bhubaneswar

୧୨ ରାଜ୍ୟରେ କଂଗ୍ରେସର ପୁନର୍ଗଠନ, ରାହୁଳ ପୁଣି ହୋଇପାରନ୍ତି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ପ୍ରାୟ ୧୨ଟି ରାଜ୍ୟରେ କଂଗ୍ରେସର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ରାହୁଲ ଗାନ୍ଧୀ ପୁନଃ ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରି ପାରନ୍ତି । ନିକଟରେ ଦଳ ପକ୍ଷରୁ ନାଗରିକ ସଂଶୋଧନ ଆଇନ (ସିଏଏ)କୁ ବିରୋଧ ଓ ଭାରତ ବଞ୍ଚାଅ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ରାହୁଳ ସକ୍ରିୟ ଭାବେ ସହଯୋଗ କରିଥିଲେ। ତେଣୁ ଅଧ୍ୟକ୍ଷଭାବେ ତାଙ୍କୁ ପୁନଃ ଦାୟିତ୍ବ ମିଳିପାରେ ବୋଲି ଦଳ ପକ୍ଷରୁ କୁହା ଯାଉଛି।

ଦଳ ସୂତ୍ରରୁ ପ୍ରକାଶ ଯେ, ନୂତନଭାବେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଓ ଉପ-ସଭାପତି ପଦ ପୂରଣ ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଇତିମଧ୍ୟରେ ୧୨ଟି ରାଜ୍ୟରୁ ବିଭିନ୍ନ ପଦ ପୂରଣ ପାଇଁ ପ୍ରସ୍ତାବମାନ ଆସିଛି। ଆଗାମୀ ଦିନରେ ଏହି ପଦଗୁଡ଼ିକ ପୂରଣ କରାଯାଇ ପାରେ। ଓଡ଼ିଶା, ଆସାମ, ବିହାର, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରାଖଣ୍ଡ ଏବଂ କେତେକ ଉତ୍ତର-ପୂର୍ବୋତ୍ତର ରାଜ୍ୟ ସମେତ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପରବର୍ତ୍ତନ ହେଉଥିବା ଦଳ ସୂତ୍ରରୁ ପ୍ରକାଶ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଓ କଟକ ବିଧାୟକ ଇଂ ମହମ୍ମଦ ମୋକିମ୍‌ଙ୍କ ନାମ ଚର୍ଚ୍ଚା ହେଉଛି। ନିକଟରେ ଯୁବ କଂଗ୍ରେସ ଏବଂ ପିସିସିର କେତେକ ଗୋଷ୍ଠୀ ନୂଆଦିଲ୍ଲୀ ଯାଇ ମୋକିମ୍‌ଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଭକ୍ତଙ୍କୁ ସର୍ବଭାରତୀୟ ଅନୁସୂଚିତ ଜନଜାତି  ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ବର୍ଷ ୨୦୨୧ରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟ ଓ ଜିଲାରେ ଖାଲି ପଡ଼ିଥିବା ପଦଗୁଡ଼ିକୁ ପୂରଣ କରିବାକୁ ଯାଉଛି। ସେହିପରି କର୍ଣ୍ଣାଟକରେ ବରିଷ୍ଠ ନେତା କେ. ଶିବ କୁମାରଙ୍କୁ ନୂତନ ପିସିସି ଅଧ୍ୟକ୍ଷ ଭାବେ ଦିଆଯାଇପାରେ। ତେବେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି  ନେବେ ବୋଲି ଦଳ ସୂତ୍ରରୁ ପ୍ରକାଶ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories