www.samajalive.in
Saturday, December 13, 2025
23.1 C
Bhubaneswar

ମେସ୍କୋ ଷ୍ଟିଲ୍ସର ୨ ଅଧିକାରୀ ଗିରଫ

ଭୁବନେଶ୍ବର: ଯାଜପୁର କଳିଙ୍ଗନଗରରେ ଥିବା ମେସ୍କୋ ଷ୍ଟିଲ୍‌ ଗ୍ରୁପ୍‌ କମ୍ପାନୀର ଅଂଶୀଦାର ସଂସ୍ଥା ମେସର୍ସ ମୈଥାନ ଇସ୍ପାତ ଲିମିଟେଡ ୨୩ କୋଟି ଟଙ୍କାର ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଠକେଇ ଘଟଣା ପଦାକୁ ଆସିଛି। ୨୦୧୮ ଏପ୍ରିଲ୍‌ରୁ ନଭେମ୍ବର ୨୦୧୮ ମଧ୍ୟରେ କମ୍ପାନୀ ଜାଲ୍‌ ଟିକସ କାଗଜପତ୍ର ପ୍ରସ୍ତୁତ କରି ଏହି ଜିଏସ୍‌ଟି ଠକେଇ କରିଥିଲେ। କମ୍ପାନୀର ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଏସ୍‌ଟି ମହାନିର୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ପାଇଁ ଆବେଦନ ସମୟରେ କମ୍ପାନୀ ପକ୍ଷରୁ ଉପଯୁକ୍ତ କାଗଜପତ୍ର ସଂଲଗ୍ନ କରାଯାଇ ନଥିଲା। ଏନେଇ ଜିଏସ୍‌ଟି ନିର୍ଦେଶାଳୟର ଗୁଇନ୍ଦା ଅଧିକାରୀମାନେ ମେସର୍ସ ଇସ୍ପାତ ଲିମିଟେଡର ଯାଜପୁରସ୍ଥିତ କାର୍ଯ୍ୟାଳୟରେ ପରିସରରେ ଚଢ଼ଉ କରି ଯାଞ୍ଚ କରିଥିଲେ। ଚଢ଼ଉ ବେଳେ ନିର୍ଦ୍ଧାରିତ ୮ ମାସର ୨୩ କୋଟି ଟଙ୍କାର ଆୟକର ପ୍ରମାଣପତ୍ର କମ୍ପାନୀର ଅଧିକାରୀମାନେ ଜିଏସ୍‌ଟି

ରିଟର୍ଣ୍ଣ ଦାଖଲ ଆବେଦନ ବେଳେ ଉପସ୍ଥାପନ କରିପାରି ନ ଥିଲେ। ଯାହା ଫଳରେ ୨୩ କୋଟି ଟଙ୍କାର ସରକାରଙ୍କର ଟିକସ ବାବଦ ରାଜସ୍ବ କ୍ଷତି ଘଟିଥିଲା। ଜିଏସ୍‌ଟି ଗୁଇନ୍ଦା ଅଧିକାରୀମାନେ ଅନୁସନ୍ଧାନ ବେଳେ ଏହି ଜିଏସ୍‌ଟି ହେରଫେର ଘଟଣାରେ କମ୍ପାନୀର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ଥିବା ଜାଣିବାକୁ ପାଇଥିଲେ ଯେ କମ୍ପାନୀ ଜିଏମ୍‌(ଫାଇନାନ୍ସ) ମାନସ ରଞ୍ଜନ ପହି, ଏଜିଏମ୍‌(ଟିକସ) ସୁରେନ୍ଦ୍ର କୁମାର ପାତ୍ର। ଗତ ୨ ତାରିଖରେ ସୁରେନ୍ଦ୍ରଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେହିପରି ମାନସଙ୍କୁ କଲକାତାରୁ ଗିରଫ କରାଯାଇ ସିଆଲ୍‌ଦା ଏସିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories