୫ଟି ରାଜ୍ୟକୁ ନୋଟିସ୍‌ ଜାରି କଲେ ମହାନଦୀ ଜଳ ବିବାଦ ଟ୍ରାଇବୁନାଲ

0

ନୂଆଦିଲ୍ଲୀ:  ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ୫ଟି ରାଜ୍ୟକୁ ନୋଟିସ୍‌ ଜାରି କରିଛନ୍ତି । ଓଡିଶା, ଛତିଶଗଡ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ନିଜ ନିଜର ପ୍ରତିନିଧିମାନଙ୍କୁ ମନୋନୀତ କରିବା ପାଇଁ ନୋଟିସ୍‌ ଜାରି କରାଯାଇଛି । ଅଗଷ୍ଟମାସ ୬ ତାରିଖ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏହି ତାରିଖ ସୁଦ୍ଧା ନିଜ ପ୍ରତିନିଧିଙ୍କୁ ମନୋନୀତ ନ କଲେ ସେହି ରାଜ୍ୟ ଅନୁପସ୍ଥିତ ରହିଲା  ବୋଲି ଅନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ର ନିୟମ ୪ ଅନୁସାରେ ଧରି ନିଆଯିବ, ଏ ବିଷୟରେ ନୋଟିସ୍‌ରେ ଉଲ୍ଲେଖ ରହିଛି ।

ମହାନଦୀ ଜଳ ବିବାଦ ସମାଧାନ ପାଇଁ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଜଳ ବିବାଦା ଟ୍ରାଇବୁନାଲ ଗଠନ କରାଯାଇଛି ।   ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଖାନଓ୍ୱିଲକର୍‌ ଏହାର ଅଧ୍ୟକ୍ଷ ରହିଛନ୍ତି । ପାଟଣା ହାଇକୋର୍ଟର ଜଷ୍ଟିସ୍‌ ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଇନ୍ଦରମିତ୍‌ କୌର କୋଚର ଏହାର ସଦସ୍ୟ ଅଛନ୍ତି ।

Leave A Reply