ଷ୍ଟେରଲାଇଟ୍‍ କାରଖାନା ଗୁଳିକାକାଣ୍ଡ ପ୍ରସଙ୍ଗ : ତଦନ୍ତ କରିବ ଏନଏଚଆରସି ଦଳ

0

ଚେନ୍ନଇ : ତାମିଲନାଡୁର ତୁଥୁକୁଡି ସ୍ଥିତ ବେଦାନ୍ତର ଷ୍ଟେରଲାଇଟ୍‍ ତମ୍ବା କାରଖାନାକୁ ବନ୍ଦ କରିବା ପାଇଁ ତାମିଲନାଡୁ ସରକାର ନିର୍ଦେଶ ଦେବା ପରେ ମଧ୍ୟ ବିବାଦ ଏହାର ପିଛା ଛାଡୁନାହିଁ । କାରଖାନା ସମ୍ପ୍ରସାରଣ ବିରୋଧୀ ବିକ୍ଷୋଭବେଳେ ପୁଲିସ ଗୁଳିରେ ୧୩ ଜଣ ପ୍ରାଣ  ହରାଇଥିବା ଘଟଣା ଉପରେ ତଦନ୍ତ କରିବା ପାଇଁ  ଜାତୀୟ ମାନବାଧିକାର କମିଶନ ଏକ ଦଳ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ନିରପେକ୍ଷ ତଦନ୍ତ ପାଇଁ ଜଣେ ଓକିଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏ ବିଷୟକୁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ଉପରେ ନ୍ୟସ୍ତ କରିଥିଲେ। ଏହି ଟିମ୍‍ ଘଟଣାର ତଦନ୍ତ କରି ଦୁଇସପ୍ତାହ ମଧ୍ୟରେ କମିଶନକୁ ରିପୋର୍ଟ ଦେବେ। କାରଖାନାକୁ ବନ୍ଦ୍‍ କରିବା ଦାବିରେ ଗତ ସପ୍ତାହରେ ଷ୍ଟେର୍‍ଲାଇଟ୍‍ କାରଖାନା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ଗୁଳିଚାଳନାରେ ୧୩ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ।

ପରେ ତାମିଲନାଡୁ ସରକାର ବେଦାନ୍ତର ଏହି ଷ୍ଟେରଲାଇଟ୍‍ ତମ୍ବା କାରଖାନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ  ନିର୍ଦେଶ ଦେଇଥିଲେ। କାରଖାନା ସମ୍ପ୍ରସାରଣ ବିରୋଧୀ ବିକ୍ଷୋଭବେଳେ ପୁଲିସ ଗୁଳିରେ ୧୩ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ଜାରି ରହିଥିଲା। ଏହାପରେ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଟିଏନ୍‍ପିସିବି) କର୍ତ୍ତୃପକ୍ଷ କାରଖାନାକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ରାଜ୍ୟ ସରକାର କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ ସୋମବାର ଏହି ସୂଚନା ଦେବା ସହ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ବେଦାନ୍ତ ଶିଳ୍ପଗୋଷ୍ଠୀ ପରିଚାଳିତ ଷ୍ଟେରଲାଇଟ୍‍ ତମ୍ବା କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରାଗଲା ବୋଲି ଘୋଷଣା କରିଥିଲେ।

 

Leave A Reply