କର୍ମଚାରୀଙ୍କ ଗଣଧାରଣା ପ୍ରତ୍ୟାହୃତ

0

ଧାମରା: ଧାମରା ବନ୍ଦରରେ ଦ୍ବିତୀୟ ଦିନ ଧରି ଚାଲିଥିବା ଗଣ ଧାରଣା ମଙ୍ଗଳବାର ପ୍ରତ୍ୟାହୃତ ହୋଇଛି । ଗତକାଲି ଧାମରା ବନ୍ଦର ଆଗରେ ବିଏମଏସ ଏବଂ ଧାମରା ବନ୍ଦର ଯନ୍ତ୍ରୀ ଓ କର୍ମଚାରୀ ସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଏହି ଧାରଣା ଦିଆ ଯାଇଥିଲା ।

ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଚାନ୍ଦବାଲି ଏସଡିପିଓ ତରୁଣ କୁମାର ଦାସ, ଚାନ୍ଦବାଲି ଅତିରିକ୍ତ ତହସିଲଦାର ରଶ୍ମି ରଞନ ନାୟକ,ଧାମରା ବନ୍ଦର ମାନବ ସମ୍ଭଳ ବିଭାଗର ମିହିର କର ଧାମରା ବନ୍ଦର ସହ ସଭାପତିଙ୍କ ନିର୍ଦେଶରେ ଆସି ଏହି ସଂଘ ସହ ଆଲୋଚନା କରିଥିଲେ । ଆଗାମୀ ୭ ତାରିଖ ଦିନ ଧାମରା ବନ୍ଦର ପରିସରରେ ଧାମରା ବନ୍ଦର ଯନ୍ତ୍ରୀ ଏବଂ କର୍ମଚାରୀ ସଂଘ ଓ ଭାରତୀୟ ମଜଦୁର ସଂଘ  ଆଦାନୀ କର୍ତୁପକ୍ଷଙ୍କ ସହ ମିଳିତ ଆଲୋଚନା  କରିବେ । ଏହି ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ସମସ୍ତ କଥା ସମ୍ଭବ ହେବ ବୋଲି ଭାରତୀୟ ମଜଦୁର ସଂଘ ସୂଚନା ଦେଇଛି ।

Leave A Reply