ନୂଆବର୍ଷ ୨୦୨୦: ଜାଣନ୍ତୁ ପ୍ରଥମ ମାସର ବ୍ରତ ଓ ଉତ୍ସବ ବିଷୟରେ….
ମାତ୍ର ଅଳ୍ପ କିଛି ଘଣ୍ଟା ପରେ ଶେଷ ହେବ ୨୦୧୯। ଆରମ୍ଭ ହେବ ନୂତନ ବର୍ଷ ୨୦୨୦। ସବୁଥର ଭଳି ଏଥର ମଧ୍ୟ ଜାନୁଆରୀ ମାସର କିଛି ବ୍ରତ ଏବଂ ଉତ୍ସବ ପାଳନ କରାଯିବ। ତେବେ ଆସନ୍ତୁ ଜାଣିବା ନୂଆ ବର୍ଷର ପ୍ରଥମ ମାସରେ କେଉଁ ତାରିଖରେ କେଉଁ ବ୍ରତ ବା ଉତ୍ସବ ପାଳନ କରାଯିବ।
ଜନୁଆରୀ ୧ ତାରିଖ ବୁଧବାର: ଇଂରାଜୀ ନୂତନ ବର୍ଷ
ଜନୁଆରୀ ୫ ତାରିଖ ରବିବାର: ଶାମ୍ବ ଦଶମୀ
ଜନୁଆରୀ ୬ ତାରିଖ ସୋମବାର: ପୌଷ ପୁତ୍ରଦା ଏକାଦଶୀ
ଜନୁଆରୀ ୮ ତାରିଖ ବୁଧବାର: ପ୍ରଦୋଷ ବ୍ରତ
ଜନୁଆରୀ ୧୦ ତାରିଖ ଶୁକ୍ରବାର: ଦେବାଭିଷେକ ପୂର୍ଣ୍ଣିମା
ଜନୁଆରୀ ୧୩ ତାରିଖ ସୋମବାର: ସଙ୍କଷ୍ଟୀ ଚତୁର୍ଥୀ
ଜନୁଆରୀ ୧୪ ତାରିଖ ମଙ୍ଗଳବାର: ମାସନ୍ତ
ଜନୁଆରୀ ୧୫ ତାରିଖ ବୁଧବାର: ମକର ସଂକ୍ରାନ୍ତି, ପୋଙ୍ଗଲ
ଜନୁଆରୀ ୨୦ ତାରିଖ ସୋମବାର: ଷଟ୍ତିଳା ଏକାଦଶୀ, ଓଳାଶୁଣୀ ଗୁମ୍ପାମେଳା
ଜନୁଆରୀ ୨୨ ତାରିଖ ବୁଧବାର: ପ୍ରଦୋଷ ବ୍ରତ
ଜନୁଆରୀ ୨୩ ତାରିଖ ଗୁରୁବାର: ନେତାଜୀ ଜୟନ୍ତୀ
ଜନୁଆରୀ ୨୪ ତାରିଖ ଶୁକ୍ରବାର: ମାଘ ବା ତ୍ରିବେଣୀ ଅମାବାସ୍ୟା, ମା’ ବିରଜାଦେବୀଙ୍କ ଜନ୍ମୋତ୍ସବ
ଜନୁଆରୀ ୨୬ ତାରିଖ ରବିବାର: ସାଧାରଣତନ୍ତ୍ର ଦିବସ
ଜନୁଆରୀ ୨୯ ତାରିଖ ବୁଧବାର: ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା
Comments are closed.