ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଲୋକସେବା ଭବନରେ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରି କହିଛନ୍ତି ଶ୍ରୀମନ୍ଦିର ବିକାଶ ପାଇଁ ଜମି ଦେଇଥିବା ବ୍ୟକ୍ତି ବିଶେଷଙ୍କ ନାମ ଖୋଦେଇ ହୋଇ ଶ୍ରୀ ଜଗନ୍ନାଥ କରିଡରରେ ରହିବ। ଐତିହ୍ୟ କରିଡ଼ର ପାଇଁ ଅଧିଗୃହିତ ଜମି ଶ୍ରୀ ଜଗନ୍ନାଥଙ୍କ ନାମରେ ରହିବ। ଶ୍ରୀମନ୍ଦିର ବିକାଶ ପାଇଁ ସର୍ବସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରାଯିବ। ଜାନୁଆରୀ ୧୫ତାରିଖ ସୁଦ୍ଧା ସାଧାରଣ ଲୋକେ ସେମାନଙ୍କ ମତାମତ ଦେଇପାରିବେ। ମତାମତ ମିଳିବା ପରେ ଫେବୃାରୀ ୨୦୨୦ ସୁଦ୍ଧା ଚୂଡାନ୍ତ ଯୋଜନା ହେବା ନେଇ ଏହି ବୈଠକରେ ସୂଚନା ଦିଆଯାଇଛି।
ଏହି ବୈଠକରେ ବିଭିନ୍ନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ , ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।
ଶ୍ରୀକ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଫଳକରେ ଉଲ୍ଲେଖ ରହିବ ଜମିଦାତାଙ୍କ ନାମ
Popular Categories



