www.samajalive.in
Monday, December 15, 2025
26.1 C
Bhubaneswar

ଜେନେରାଲ ବିପିନ ରାୱତ ହେଲେ ଦେଶର ପ୍ରଥମ ସିଡିଏସ୍ : ତିନି ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ

ନୂଆଦିଲ୍ଲୀ : ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ସୋମବାର ଦେଶର ପ୍ରଥମ ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍(ସିଡିଏସ୍‍) ଭାବେ ନିଯୁକ୍ତି ପାଇଛନ୍ତି। ସେ ତିନି ବାହିନୀର ମୁଖ୍ୟ ଭାବେ କାର୍ୟ୍ୟ କରିବେ। ସେ ତିନି ବର୍ଷ ପାଇଁ ଏହି ପଦବିରେ କାର୍ଯ୍ୟ କରିବେ। ଏହି ସିଡିଏସ୍‍ ପଦରେ ୬୫ବର୍ଷ ପର୍ୟ୍ୟନ୍ତ ରହି ପାରିବେ। ପୂର୍ବରୁ ଏହି ବୟସ ୬୨ବର୍ଷ ଥିଲା। ଆସନ୍ତାକାଲି ସ୍ଥଳସେନା ମୁଖ୍ୟ ପଦରୁ ବିପିନ ରାୱତ ଅବସର ଗ୍ରହଣ କରିବେ।
ଉଲ୍ଲେଖ ଯୋଗ୍ୟ, ଗତ ୨୪ତାରିଖ ମଙ୍ଗଳବାର ଦିନ ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍(ସିଡିଏସ୍‍) ପଦକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲେ। କ୍ୟାବିନେଟ ସିଡିଏସ୍‍ ନିଯୁକ୍ତି ନେଇ ଅନୁମୋଦନ କରିଥିଲେ ମଧ୍ୟ ଏହି ପଦବୀରେ କାହାକୁ ନିଯୁକ୍ତ କରାଯିବ ସେ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନଥିଲା। ତେବେ ବରିଷ୍ଠତା ଭିତ୍ତିରେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍‍ ବିପିନ ରାୱତଙ୍କୁ ଏହି ପଦବିରେ ନିଯୁକ୍ତି ଦିଆଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories