ପୋର୍ଟ ବ୍ଲେୟାର୍ : ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କଦ୍ୱାରା ପ୍ରଥମ ତ୍ରିରଙ୍ଗା ପତାକା ଉତ୍ତୋଳନର ୭୬ତମ ବାର୍ଷିକୀ ସୋମବାର ପାଳନ କରାଯାଉଛି। ପାଳନ ଅବସରରେ ଆଜି ସକାଳେ ପୋର୍ଟ ବ୍ଲେୟାର୍ଠାର ସ୍ୱତନ୍ତ୍ର ସ୍ମାରକୀ ଉତ୍ସବ ପାଳନ କରାଯାଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର୍ ଆଡ୍ମିରାଲ୍ ଡି.କେ. ଯୋଶୀ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ପୋର୍ଟ ବ୍ଲୋୟାର୍ର ଫ୍ଲାଗ୍ ପଏଣ୍ଟଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ସୁଭାଷ ମେଳା କମିଟି ସ୍ୱରାଜଦ୍ୱୀପ ପକ୍ଷରୁ ବାଇକ୍ ର୍ୟାଲି ଆୟୋଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଆଜି ହେଉଛି ଏକ ଐତିହାସିକ ଦିନ । ୧୯୪୩ ମସିହା ଆଜିର ଦିନରେ ପୋର୍ଟ ବ୍ଲେୟାର୍ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତମାଟିରେ ପ୍ରଥମ ଥର ଜାତୀୟ ତ୍ରିରଙ୍ଗା ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।



