www.samajalive.in
Monday, December 15, 2025
15.1 C
Bhubaneswar

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୪ ଘଣ୍ଟା ରାସ୍ତା ଅବରୋଧ

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅର୍ନ୍ତଗତ କରଣପଲ୍ଲୀ ରୁଗା ଛକ ଠାରେ ମଇଁଷି ଧାନ ଖାଇବାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାଯାଇଛି। ଏହି ଗଣ୍ଡଗୋଳକୁ ଆଧାର କରି ମଇଁଷିଆଳ ହରିଆ ମହାକୁଡଙ୍କ ଆକ୍ରମଣରେ ଶିକାର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆଲୋକ ଗିରିଙ୍କ ପରିବାର ଏବଂ ସ୍ଥାନୀୟ ଗ୍ରାମବାସୀ ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରିଛନ୍ତି। ଆଜି ସକାଳ ସମୟରେ ହରିଆ ମହାକୁଡଙ୍କ ମଇଁଷି ଆଲୋକ ଗିରିଙ୍କ ଧାନ କିଆରିରେ ପଶି ଧାନ ଖାଉଥିବା ବେଳେ ଆଲୋକ ଗିରି ଏବଂ ହରିଆ ମହାକୁଡଙ୍କ ମଧ୍ୟରେ ଉଚ୍ଚବାଚ୍ୟ ହୋଇଥିଲା। ପରେ ଉତ୍ୟକ୍ତ ହରିଆ ଏକ ବାଡିରେ ଆଲୋକ ଗିରିକୁ ମରଣାତ୍ମକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଆଲୋକଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀ ଟାୟାର ଜାଳି ଦୀର୍ଘ ୪ ଘଣ୍ଟା ଧରି ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରିଥିଲେ। ଫଳରେ ଧାମରା ବନ୍ଦର ଏବଂ ଧାମରା ପ୍ରତିରକ୍ଷା ଘାଟିକୁ ଯାଉଥିବା ସମସ୍ତ ଗାଡି ରୁଗା ଛକ ଠାରେ ବନ୍ଦ ହୋଇ ରହିଥିଲା। ପରେ ବାଂଶଡା ଥାନାଧିକାରୀ କରୁଣାକର ରାଉତ ଯାଇ ଖୁବଶୀଘ୍ର ମାଡ ମାରିଥିବା ଆସାମୀକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ରାସ୍ତାରୋକ ହଟିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories