ଉଜ୍ଜଳା ଯୋଜନା ପଛର ପ୍ରେରଣା କିଏ?

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଚର୍ଚ୍ଚିତ, ପ୍ରସାରିତ ଓ ଆଦୃତ ଲୋକାଭିମୁଖୀ ଯୋଜନା ‘ଉଜ୍ଜଳା’ ପଛରେ ରହିଛି ଜଣେ ବିଶିଷ୍ଟ ଔପନ୍ୟାସିକଙ୍କ ପ୍ରେରଣା। ଖୋଦ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରୋଚକ ରହସ୍ୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ପ୍ରଖ୍ୟାତ ଔପନ୍ୟାନସିକ ତଥା ଗାଳ୍ପିକ ମୁନ୍‍ସୀ ପ୍ରେମଚାନ୍ଦଙ୍କ ଲିଖିତ କ୍ଷୁଦ୍ରଗଳ୍ପ ‘ଇଦ୍‍ଘା’ ଦ୍ୱାରା ଅନୁପ୍ରେରିତ ହୋଇ ସେ ‘ଉଜ୍ଜଳା’ ଯୋଜନାର ପରିକଳ୍ପନା କରିଥିଲେ। ଉତ୍ତରପ୍ରଦେଶର ଏକ ଗାଁ ବାଲିଆରେ ୨୦୧୬ରେ ଏହି ପରିକଳ୍ପନା ବାସ୍ତବ ରୂପ ନେଇଥିଲା।
ଦେଶର ଉଜ୍ଜଳା ହିତାଧିକାରୀଙ୍କ ସହିତ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ଗଳ୍ପର ଅବତାରଣା କରିଥିଲେ। ୧୯୩୩ରେ ମୁନ୍‍ସୀଙ୍କ ଦ୍ୱାରା ଲିଖିତ ଏହି ଗଳ୍ପର ମୁଖ୍ୟ ଚରିତ୍ର ହମିଦ୍‍ ତାଙ୍କ ଜେଜେମା’ଙ୍କ ହାତକୁ ରୋଷେଇ ବେଳେ ସୁରକ୍ଷା ଦେବା ପାଇଁ ଇଦ୍‍ଘା ମେଳାରୁ ଏକ ହଳ ଚିମୁଟା କିଣି ଆଣିଛନ୍ତି। ଯଦି ହମିଦ୍‍ ତାଙ୍କ ଜେଜେମାଙ୍କ କଷ୍ଟ ଲାଘବ ପାଇଁ ଚିନ୍ତା କରିପାରିଲେ ତେବେ ଜଣେ ପ୍ରଧାନମନ୍ତ୍ରୀ କାହିଁକି ଦେଶର ଅଗଣିତ ମହିଳାଙ୍କ ପାଇଁ ଚିନ୍ତା କରିପାରିବେନି? – ଏଭଳି ଭାବନା ଆସିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଜ୍ଜଳା ଯୋଜନା ଆରମ୍ଭ କରିଥିଲେ ବୋଲି କହିଛନ୍ତି।

Leave A Reply