ବଜାରକୁ ଆସିଲା ପତଞ୍ଜଳି ସିମ, ଜିଓ’ଠୁ ବି ଶସ୍ତା

0

ହରିଦ୍ୱାର : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଏବେ ଟେଲିକମ୍‍ (ଦୂରସଂଚାର) କ୍ଷେତ୍ରରେ ପ୍ରବେଶ କରିଛି। ଏଥି ନିମନ୍ତେ ଭାରତ ଦୂରସଂଚାର ନିଗମ ଲମିଟେଡ (ବିଏସ୍‍ଏନ୍‍ଏଲ୍‍) ସହ ପତଞ୍ଜଳି ଏକ ଚୁକ୍ତି କରିଛି। ଚୁକ୍ତି ପରେ ପତଞ୍ଜଳି ପକ୍ଷରୁ ‘ସ୍ୱଦେଶୀ ସମୃଦ୍ଧ ସିମ’ର ବଜାର ପ୍ରବେଶ କରାଯାଇଛି । ଏବେ ଏହି ସିମ୍‍କୁ କେବଳ ପତଞ୍ଜଳି କର୍ମଚାରୀ ଏବଂ ପଦାଧିକାରୀ ବ୍ୟବହାର କରିବେ। ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପରେ ଏହି ସିମ୍‍ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ପତଞ୍ଜଳି କମ୍ପାନୀ ଅନୁସାରେ ଏହି ସିମ୍‍ର ଉପଭୋକ୍ତା ମାତ୍ର ୧୪୪ ଟଙ୍କା ରିଚାର୍ଜ କରି ୨୮ ଦିନ ପାଇଁ ଅସୀମିତ ଭଏସ୍‍ କଲ, ପ୍ରତ୍ୟେକ ଦିନ ୨ଜିବି ଡାଟା ଏବଂ ୧୦୦ ଏସ୍‍ଏମ୍‍ଏସ୍‍ର ସୁବିଧା ପାଇବେ। ଏହାସହ ପତଞ୍ଜଳିର ଉତ୍ପାଦ ଉପରେ ସ୍ୱଦେଶୀ ସମୃଦ୍ଧ ସିମ୍‍ ଉପଭୋକ୍ତାଙ୍କୁ ୧୦% ରିହାତି ଦିଆଯିବ। ଏହାବାଦ ସିମ ଉପଭୋକ୍ତାଙ୍କୁ ସ୍ୱାସ୍ଥ୍ୟ, ଦୁର୍ଘଟଣା ଏବଂ ଜୀବନ ବୀମା ମିଳିବ। ସ୍ୱଦେଶୀ ସମୃଦ୍ଧ ସିମ ଲୋକାର୍ପଣ ଉତ୍ସବରେ ବାବା ରାମଦେବ କହିଥିଲେ ଯେ ସରକାରୀ ବିଏସ୍‍ଏନ୍‍ଏଲ କମ୍ପାନୀ ସହ ପତଞ୍ଜଳି ମିଳିତ ଭାବେ ଜନତାଙ୍କ କଲ୍ୟାଣ ପାଇଁ କାମ କରିବ। ଦେଶରେ ବିଏସ୍‍ଏନ୍‍ଏଲ୍‍ର ୫ ଲକ୍ଷ କାଉଣ୍ଟରରେ ପତଞ୍ଜଳି ସିମ ଉପଲବ୍ଧ ହେବ ଓ ଲୋକେ ସେଠାରୁ ଏହି ସିମ୍‍ କିଣିପ।।ରିବେ ବୋଲି ରାମଦେବ ସୂଚନା ଦେଇଛନ୍ତି। ସିମ ବ୍ୟବହାରକାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ରାଶି ୨.୫ ଲକ୍ଷ ଏବଂ ଜୀବନ ବୀମା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। କେବଳ ସଡ଼କ ଦୁର୍ଘଟଣାରେ ଉପଭୋକ୍ତା ପ୍ରାଣ ହରାଇଲେ ତାଙ୍କ ପରିବାରକୁ ଜୀବନ ବୀମା ଅର୍ଥ ମିଳିବ ବୋଲି କୁହାଯାଇଛି।

Leave A Reply