www.samajalive.in
Sunday, December 7, 2025
23.1 C
Bhubaneswar

ବାଲିଗାଁରେ ପାଳନ ହେବ ଭକ୍ତ ଦାସିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଆସନ୍ତା କାର୍ତ୍ତିକ ଶୁକ୍ଳ ବଡ ଏକାଦଶୀ ତିଥି ତଥା ନଭେମ୍ବର ୧୨ ତାରିଖ ମଙ୍ଗଳବାର ଦିନ ପିପିଲି ନିକଟ ବାଲିଗାଁ ସ୍ଥିତ ଭକ୍ତଙ୍କ ଜନ୍ମ ଓ ସାଧନା ପୀଠରେ ପାଳନ କରାଯିବାକୁ ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବାଲିଗାଁ ସ୍ଥିତ ଭକ୍ତଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭକ୍ତ ଦାସିଆଙ୍କ ଜୟନ୍ତୀ ଉତ୍ସବରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ସୂଚନା ଦେଇଥିଲେ। ଉକ୍ତ ଦିନ ଭକ୍ତଙ୍କ ସମାଧି ପୀଠରେ ଗୀତା, ଭାଗବତ ପାଠ, ପୀଠ ପରିସରସ୍ଥ ସମସ୍ତ ଅଧିଷ୍ଠିତ ଦେବାଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ସହିତ ଦାସିଆଙ୍କ ପ୍ରସିଦ୍ଧ ଜାଉ ଓ ଶାଗ ପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବିତରଣ କରାଯିବା, ପୀଠରେ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ ଓ ସ୍ମୃତିଚାରଣ ସଭାର ଆୟୋଜନ ସଂପର୍କରେ ଡଃ ସ୍ୱାଇଁ ବିବରଣୀ ପ୍ରଦାନ କରିଥିଲେ। ଅପରାହ୍ନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଗୀତିନାଟ୍ୟ ‘ଭକ୍ତ ଦାସିଆ’ ମଞ୍ଚସ୍ଥ ହେବ। ଏଥିସହ ଆସନ୍ତା କାର୍ତ୍ତୀକ ପୂର୍ଣ୍ଣମୀରେ ପୀଠ ପରିସରସ୍ଥ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା, କାର୍ତ୍ତିକ ମାସବ୍ୟାପୀ ପୀଠରେ ନାମ ସଂକୀର୍ତ୍ତନ ପରିବେଷଣ କରାଯିବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ସ୍ମୃତି କମିଟିର ବରିଷ୍ଠ ଟ୍ରଷ୍ଟି ଅଜ୍ଜୁର୍ନ ଚରଣ ସାମଲ, ସମାଜସେବୀ ଲାବଣ୍ୟ ଶବର, ଶିକ୍ଷାବିତ୍‌‌ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ବୃନ୍ଦାବନ ମହାପାତ୍ର, ମନୋରଞ୍ଜନ ମହାନ୍ତି, ଅଜୟ ଦାସ, ଚିତ୍ତରଞ୍ଜନ ସେନାପତି, ସ୍ୱୟଂ ପ୍ରକାଶ ପରିଡ଼ା, ରମେଶ ଚନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ସ୍ୱାଇଁ, ସନାତନ ବିଶ୍ୱାଳ, ପ୍ରତାପ ଚନ୍ଦ୍ର ଦାସ, କବିନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ। ପରେ ସ୍ମୃତି କମିଟିର ତ୍ରୟୋମାସିକ ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ର ନବମ ବର୍ଷର ତୃତୀୟ ସଂସ୍କରଣ ଲୋକାର୍ପିତ ହୋଇଥିଲା।

- Advertisement -

ଏହି ଅବସରରେ ପୀଠ ପରିସରସ୍ଥ ମା’ ବିମଳାଙ୍କ ମନ୍ଦିରରେ ଶାରଦୀୟ ପୂଜା ଅବସରରେ ଅଷ୍ଟମୀ ତିଥିରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ସର୍ବଦେବୀଦେବୀ ଆବାହନ, ଚଣ୍ଡିପାଠ ଆଦି ରୀତିକାନ୍ତୀ ସୂଚାର ରୂପେ ସଂପନ୍ନ ହୋଇଥିଲା। ବେଦାଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା, ଲିଙ୍ଗରାଜ ପଣ୍ଡା, ପ୍ରସନ୍ନ କୁମାର ପଣ୍ଡାଙ୍କ ଦ୍ୱାରା ଏହି ନୀତିକାନ୍ତି ସମ୍ପାଦିତ ହୋଇଥିବା ବେଳେ ମୁଖ୍ୟକର୍ତ୍ତା ଭାବେ ଆଇନଜୀବୀ ସରୋଜ କୁମାର ସାହୁ ଏବଂ ତାଙ୍କ ଧର୍ମ ପତ୍ନୀ ସବିତା ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories