www.samajalive.in
Monday, December 15, 2025
26.1 C
Bhubaneswar

ଆମେରିକାରେ ପଞ୍ଚମ ଓଡ଼ିଶା ଏ.ଆଇ ସମ୍ମିଳନୀ

କାଲିଫର୍ଣ୍ଣିଆ: ଯୁକ୍ତରାଷ୍ଟ୍ର ଆମେରିକାରେ ପଞ୍ଚମ ଓଡ଼ିଶା ଆର୍ଟିଫିସିଆଲ଼ ଇଣ୍ଟେଲିଜେନ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଭୟ ଆଭାସୀ ଓ ପ୍ରତ୍ୟକ୍ଷ ଢଙ୍ଗରେ ଆୟୋଜିତ ଏହି ମହାସମାବେଶରେ ବିଶ୍ୱର କୋଣ ଅନୁକୋଣର ଶତାଧିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିଶେଷଜ୍ଞ, ବୈଜ୍ଞାନିକ, ପରାମର୍ଶଦାତା, ଗବେଷକ, ଉଦ୍ଭାବକ ଏବଂ ଏ.ଆଇ ସହିତ ସଂଶ୍ଲିଷ୍ଟ ପେଶାଦାରୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। କାଲିଫର୍ଣ୍ଣିଆସ୍ଥିତ ସ୍ୱେଚ୍ଛାସେବୀ ସଙ୍ଗଠନ ଓଡ଼ିଶା ଏ. ଆଇ ଆନୁକୂଲ୍ୟରେ ଆହୂତ ଦୀର୍ଘ ୩୨ ଘଣ୍ଟାର ଏହି ଅଧିବେଶନ ବ୍ୟାପକ ଭାବରେ ସଫଳ ହୋଇଥିବା ଜଣାଯାଇଛି। ବିଶେଷକରି ଏହି ଆନ୍ତର୍ଜାତିକ ସମ୍ମିଳନୀର ବାସ୍ତବ ସ୍ଥଳ ଯଥା ; କାଲିଫର୍ଣ୍ଣିଆ, ଷ୍ଟକହୋମ, ଲଣ୍ଡନ, ଆବୁଧାବି, ଟୋକିଓ, ଜୋହାନ୍ସବର୍ଗ, ବେଙ୍ଗାଲୁରୁ, ଚେନ୍ନାଇ, ବ୍ରହ୍ମପୁର ଏବଂ ଭୁବନେଶ୍ୱରର ଯୁବ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ, ଉତ୍କଣ୍ଠା ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।

‘ବର୍ତ୍ତମାନ ଜେନ ଏଆଇ, ପରବର୍ତ୍ତୀ କ’ଣ ?’ ଶୀର୍ଷକ ବହୁ ପ୍ରତୀକ୍ଷିତ ଏହି ଆଇ.ଟି ମେଳାକୁ ସ୍ବିଡେନର କର୍ଣ୍ଣେଲ ପ୍ରଫେସର ଆଦିତ୍ୟ ପରିଡ଼ା ଜାପାନରେ ସୂର୍ଯ୍ୟୋଦୟର ପ୍ରଥମ କିରଣ ଦୃଶ୍ୟମାନ ହେବା ମାତ୍ରେ ଶୁଭାରମ୍ଭ ଘୋଷଣା କରିଥିଲେ। ଆମେରିକାର ସାମୋଆଠାରେ ସୂର୍ଯ୍ୟ ଦିଗବଳୟରୁ ଅସ୍ତମିତ ହେବା ସମୟରେ ଏହି ସମ୍ମିଳନୀରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁପ ସାହୁଙ୍କ ନେତୃତ୍ବରେ ଜାପାନର ପ୍ରତିଭାବାନ ଟିମ୍ ଏ.ଆଇର ପ୍ରୟୋଗ ଉପରେ ଏକ ବିଶ୍ଲେଷଣ ଉପସ୍ଥାପନ କରିଥିଲେ। ପରେପରେ କାଲିଫର୍ଣ୍ଣିଆର ବିଶିଷ୍ଟ ନିବେଶକ ରାଜ ମୂର୍ତ୍ତିନି ଏଞ୍ଜେଲ ଇନଭେସ୍‌ଟିଙ୍ଗ୍‌ ୧୦୧କୁ କେନ୍ଦ୍ର କରି ଏକ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ। ଏହି ସମାବେଶରେ ଅଂଶଗ୍ରହଣକାରୀ ସୂଚନା ବୈଜ୍ଞାନିକ, ଶିଳ୍ପୋଦ୍ୟୋଗୀ ଏବଂ ନୀତି ପ୍ରଣୟନକାରୀମାନେ ମୁଖ୍ୟତଃ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବର୍ଦ୍ଧିଷ୍ଣୁ ସୁଯୋଗ, ସଦ୍ୟତମ ଅଗ୍ରଗତି ଏବଂ ସାମ୍ପ୍ରତିକ ଆହ୍ବାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।

- Advertisement -

ପ୍ରମୁଖ ବକ୍ତା ଗୁଗୁଲର ମୁଖ୍ୟ ବୈଜ୍ଞାନିକ ଜେଫ୍ ଡିନ ଭବିଷ୍ୟତରେ ବିଶେଷଜ୍ଞମାନଙ୍କ ଦ୍ୱାରା ଜେନେରେଟିଭ ଏ.ଆଇ ର ବିଭିନ୍ନ ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ପୂର୍ବତନ ସଭାପତି କୁକୁ ଦାସ, ଭବିଷ୍ୟତ ପିଢିକୁ ସମାଜର ସର୍ବାଙ୍ଗୀଣ ଉନ୍ନୟନ ସକାଶେ ସକରାତ୍ମକ ଏବଂ ଗଠନମୂଳକ ଉପାୟରେ ଏଆଇକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ପ୍ରସିଦ୍ଧ ଏ. ଆଇ ବିଦ୍ବାନ ତଥା ଯାଜପୁରର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଏ. ଆଇର ପ୍ରଚାର, ପ୍ରସାର ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଜାଗ୍ରତ ପାଇଁ ଆୟୋଜକମାନଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ସେମାନଙ୍କର ମହତ କାର୍ଯ୍ୟ ପ୍ରତି ତାଙ୍କର ନିରନ୍ତର ଭାବରେ ସାହାଯ୍ୟ ଓ ସମର୍ଥନ ରହିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories