ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ

0

ଶ୍ରୀନଗର : ଜମ୍ମୁ-କାଶ୍ମୀରର ସୋପିଆନ୍‍ ଜିଲ୍ଲାରେ ତୁର୍କୱାଙ୍ଗନ୍‍ ଅଞ୍ଚଳରେ ଆଇଇଡି ବିସ୍ଫୋରଣରେ ସୋମବାର ୩ ଜଣ ଯବାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ପହରା ଦେଉଥିବା ସେନାବାହିନୀର ଏକ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ ଏହି ଗାଡିରେ ଥିବା   ୩ ଜଣ ଯବାନଙ୍କ ସମେତ ଜଣେ ଅଫିସର ଆହତ ହୋଇଛନ୍ତି। ନିରାପତ୍ତା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯବାନମାନେ ପରେ ପାଲଟା ଆକ୍ରମଣ କରିଥିଲେ । ତେବେ ଆତଙ୍କବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ଅନ୍ୟପକ୍ଷରେ ଗତ ରାତିରେ ଆତଙ୍କବାଦୀ ଓ ସେନାବାହିନୀ ମଧ୍ୟରେ ପୁଲ୍‍ୱାମା ଜିଲ୍ଲାରେ ଏକ ସଂଘର୍ଷରେ ଜଣେ ଯବାନ ଓ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ନିରାପତ୍ତା ସୂତ୍ରରୁ ମିଳିଥିବା ଖବର ଅନୁସାରେ କାକାପୁରା ଅଞ୍ଚଳସ୍ଥିତ ୫୦ ରାଷ୍ଟ୍ରୀୟ ରାଇଫଲ୍‍ କ୍ୟାମ୍ପ ଉପରକୁ ରାତି ୧୦ଟାବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

Leave A Reply