www.samajalive.in
Sunday, December 14, 2025
19.1 C
Bhubaneswar

୪ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ : ୨ ନାବାଳକ ଅଟକ

ଦେବଗଡ/ରିଆମାଳ : ରିଆମାଳ ବ୍ଲକ ସଦର ମହକୁମାରେ ମଙ୍ଗଳବାର ଜଣେ ୪ ବର୍ଷର ଶିଶୁ କନ୍ୟାକୁ ୨ ଜଣ ପଡୋଶୀ ନାବାଳକ ଖେଳିବାକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମାଆ ଏ ନେଇ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅଧାରରେ ରିଆମାଳ ଥାନା ପୁଲିସ ଏକ ମାମଲା ରୁଜୁ କରିବାସହ ଅଭିଯୁକ୍ତ ୨ନାବାଳକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ,  ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ରିଆମାଳ ବ୍ଲକ ସଦର ମହକୁମା ଅଞ୍ଚଳର ଜଣେ ୪ବର୍ଷୀୟା ଶିଶୁକନ୍ୟା ଗାଁ ଦାଣ୍ଡରେ ଏକାକୀ ଖେଳୁଥିଲା। ଏହି ସମୟରେ ୨ଜଣ ପଡୋଶୀ ନାବାଳକ ତା’ ସହ ଖେଳିବା ବାହାନାରେ  ଏକ ନିର୍ଜନ ସ୍ଥାନକୁ ଡାକିନେଇ ଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଚାମଚ ଭର୍ତ୍ତି କରି ଦେଇଥିଲେ। ତେବେ ଦିନ ପ୍ରାୟ ୧୧ ଟା ୪୦ ମିନିଟ ସମୟରେ ଶିଶୁକନ୍ୟାଙ୍କ ମାଆ ଶିଶୁଟିକୁ ଖୋଜାଖୋଜି କରି ଘଟଣା ସ୍ଥଳରୁ ଘରକୁ ଆଣିଥିଲେ। ଶିଶୁ କନ୍ୟାଠାରୁ ଘଟଣା ବିଷୟରେ ଜାଣିବା ପରେ ତାଙ୍କ ମା’ ରିଆମାଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ଏକ ମାମଲା ଋଜୁ କରିବାସହ ଅଭିଯୁକ୍ତ ନାବାଳକ ଦ୍ୱୟଙ୍କୁ ଥାନାକୁ ଡାକି ପଚରା ଉଚରା କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ଶିଶୁକନ୍ୟାଟିର ବୟାନ ରେକର୍ଡ କରିବା ସହ ରାତ୍ରିରେ ଶିଶୁକନ୍ୟାଟିର ଡାକ୍ତରୀ ମାଇନା ପାଇଁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଜଣାପଡିଛି। ଏ ଘଟଣା ସମଗ୍ର ଦେବଗଡ ଜିଲାରେ ଆଲୋଡନ ସୃଷ୍ଟି କରିଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories