www.samajalive.in
Monday, December 15, 2025
15.1 C
Bhubaneswar

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ହେମନ୍ତ ସୋରେନ,୨୯ରେ ନେବେ ଶପଥ

ଝାଡଖଣ୍ଡ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( ଜେଏମଏମ)ର ନବନିର୍ବାଚିତ ବିଧାୟକମାନେ ସର୍ବସମ୍ମତିକ୍ରମେ ପାର୍ଟିର କାର୍ୟ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଛନ୍ତି। ମଙ୍ଗଳବାର ଜେଏମଏମ୍ ଅଧ୍ୟକ୍ଷ ଶିବୁ ସୋରେନଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ହେମନ୍ତ ସୋରେନଙ୍କ ସମେତ ୨୮ ଜଣ ବିଧାୟକ ଉପସ୍ଥିତ ରହିଥିଲେ। ଏହି ବୈଠକରେ ସମସ୍ତ ବିଧାୟକ ପାର୍ଟିର କାର୍ୟ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କୁ ବିଧାୟକ ଦଳ ନେତା ଚୟନ କରିଥିଲେ।
ଏହାପରେ ହେମନ୍ତ ସୋରେନ କଂଗ୍ରେସ ଏବଂ ଆରଜେଡି ନେତାଙ୍କ ସହ ବୈଠକ କରିଥିଲେ। ବୈଠକ ପରେ ତିନି ଦଳର ନେତା ସରକାର ଗଠନ ପାଇଁ ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ହେମନ୍ତ ସୋରେନ କହିଛନ୍ତି ୨୯ ଡିସେମ୍ବର ଅପରାହ୍ନ ଗୋଟିଏରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories