‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପରଲୋକ

0

ସମ୍ବଲପୁର: ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି । ସୋମବାର ସକାଳ ସାଢେ ୪ଟା ବେଳେ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

୧୯୬୯ ମସିହାରେ ସେ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରେ ଯୋଗ ଦେଇଥିଲେ। ୧୯୭୫ ମସିହାରେ ‘ରଙ୍ଗବତୀ’ ଗୀତ ରଚନା କରାଯାଇଥିଲା।ମିତ୍ରଭାନୁ ଗୌନ୍ତିଆ ଗୀତ ରଚନା କରିଥିଲେ ଓ ଜୀତେନ୍ଦ୍ର ହରିପାଲ୍‍ ଏବଂ କ୍ରିଷ୍ଣା ପଟେଲ୍‍ ଗୀତଟିକୁ ଗାଇଥିଲେ। ୧୯୭୦ ଓ ୧୯୮୦ ଦଶକରେ ଏହି ଗୀତ ଅତ୍ୟନ୍ତ ଲୋକପ୍ରିୟତା ଲାଭ କରିଥିଲା। ଏବେ ମଧ୍ୟ ଏହାର ଲୋକପ୍ରିୟତା ଅତୁଟ ରହିଛି।  ୨୦୦୭ ମସିହାରେ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼୍‍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ର ପ୍ରଦର୍ଶନବେଳେ ‘ରଙ୍ଗବତୀ’ ଗୀତ ଗୀତ ବାଜି ଥିଲା।

୨୦୦୧ରେ ରେ ଆକାଶବାଣୀ ବାର୍ଷିକ ପୁରସ୍କାର, ୨୦୦୨ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ। ସେହିପରି ୨୦୦୬ରେ ତାଙ୍କୁ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନେକ ସାଂସ୍କୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ସେ ସମ୍ମାନିତ ଓ ପୁରସ୍କୃତ ହୋଇଥିଲେ। ତାଙ୍କ ବିୟୋଗରେ ସମ୍ବଲପୁରୀ ସଙ୍ଗୀତ ଜଗତ ସମେତ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।

ପ୍ରଭୁଦତ୍ତ ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

 

Leave A Reply