www.samajalive.in
Saturday, December 13, 2025
23.1 C
Bhubaneswar

୪୦ ବର୍ଷ ହେଲା କ୍ଷତି କରୁଛେ, ଆଉ ନୁହେଁ

– ଆସାମରେ ବିଶିଷ୍ଟ ବ୍ୟକ୍ତିଙ୍କ ନିବେଦନ : ଶାନ୍ତି ଓ ସଦ୍‍ଭାବ ବଜାୟ ରଖ
ଆସାମ: ଆସାମରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ଚାଲିଥିବା ବିକ୍ଷୋଭରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନଙ୍କୁ ବାଦ୍‍ ଦେବାପାଇଁ ନିବେଦନ କରିଛନ୍ତି। ରାଜ୍ୟରେ ଶାନ୍ତି ଓ ସଦ୍‍ଭାବ ବଜାୟ ରଖିବାପାଇଁ ସେମାନେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ସୋମବାର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଏହି ନିବେଦନରେ କୁହାଯାଇଛି, ବିକ୍ଷୋଭ ନାଁରେ କେହି ରାଜନୈତିକ ଫାଇଦା ନ ଉଠାନ୍ତୁ, ଏହା ସମସ୍ତଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ। ଏଥିରେ ଆହୁରି କୁହାଯାଇଛି, ବିକ୍ଷୋଭ ଯୋଗୁଁ ଗତ ୪୦ ବର୍ଷ ମଧ୍ୟରେ ଆସାମର ପ୍ରଭୂତ କ୍ଷତି ଘଟିଛି। ବିକ୍ଷୋଭ ଦ୍ୱାରା ରାଜ୍ୟରେ ପୁଞ୍ଜିନିବେଶ ହ୍ରାସ ହୋଇଥିବା ବେଳେ ପର୍ଯ୍ୟଟକଙ୍କର ଆଗମନ ସଂଖ୍ୟା ମଧ୍ୟ କମିଯାଇଛି।

ଯେଉଁମାନେ ଏହି ନିବେଦନ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି, ମେଘାଳୟର ପୂର୍ବତନ ରାଜ୍ୟପାଳ ରଞ୍ଜିତ ଶେଖର ମୂଷାହାରି, ବରିଷ୍ଠ ସାମ୍ବାଦିକ କନକ ସେନ୍‍ ଡେକା ଏବଂ ଡି.ଏନ୍‍. ଚକ୍ରବର୍ତ୍ତୀ, ପୂର୍ବତନ ରାଷ୍ଟ୍ରଦୂତ ବି.କେ. ଗୋଗୋଇ, ଜାତୀୟ ସଂଗ୍ରହାଳୟର ପୂର୍ବତନ ଡି.ଜି. ଆର୍‍.ଡି. ଚୌଧୁରୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ମଞ୍ଜୁ ବୋରା ଓ ଗୁଆହାଟୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏନ୍‍.କେ. ଚୌଧୁରୀ। ଏହି ନିବେଦନରେ ଆହୁରି କୁହାଯାଇଛି, ଯଦିଓ ଜନସାଧାରଣଙ୍କର ପ୍ରତିବାଦ ପାଇଁ ସାମ୍ବିଧାନିକ ଅଧିକାର ରହିଛି, ତେବେ ରାଜ୍ୟରେ ଶିକ୍ଷାର ପରିବେଶ ଓ ସାମଗ୍ରୀକ ବିକାଶକୁ କ୍ଷୁଣ୍ଣ କରିବା ଭଳି କୌଣସି ଉଦ୍ୟମ କଦାପି ସ୍ୱାଗତଯୋଗ୍ୟ ନୁହେଁ। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିବା ଉଚିତ ବୋଲି ମଧ୍ୟ ସେମାନେ ଅନୁରୋଧ କରିଛନ୍ତି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories