www.samajalive.in
Friday, December 12, 2025
19.1 C
Bhubaneswar

ମୁକ୍ତ ହେଲେ ଅପହୃତ ୧୮ ଭାରତୀୟ

ନୂଆଦିଲ୍ଲୀ: ନାଇଜେରିଆ ଉପକୂଳରେ ହଂକଂର ଏକ ଜାହାଜରୁ ଜଳଦସ୍ୟୁଙ୍କଦ୍ୱାରା ଅପହୃତ ହୋଇଥିବା ୧୮ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଡିସେମ୍ବର ୩ରେ ଅପହରଣ ପରେ ଏହି ଭାରତୀୟମାନଙ୍କୁ ସଂପୃକ୍ତ ଜଳଦସ୍ୟୁମାନେ ନାଇଜେରିଆରେ ରଖିଥିଲେ। ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏହି ବିଷୟ ଟ୍ୱିଟ କରି ଜଣାଇଛନ୍ତି। ଭାରତର ଉଚ୍ଚାୟୁକ୍ତ ମୁଣ୍ଡଜାମିନ ଥିବା ଏହି ଭାରତୀୟଙ୍କ ମୁକ୍ତି ପାଇଁ ସେଠା କର୍ତ୍ତୃପକ୍ଷ, ନୌବାହିନୀ ଏବଂ ସଂପୃକ୍ତ ଜାହାଜ ଚଳାଚଳ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା ପରେ ନିରାପଦ ଭାବେ ସେମାନେ ମୁକ୍ତ ହୋଇଛନ୍ତି।

ଭାରତୀୟଙ୍କ ମୁକ୍ତ ହେବା ପରେ ଉଚ୍ଚାୟୁକ୍ତ ସମସ୍ତ ପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କୁ ଶୀଘ୍ର ଭାରତ ଅଣାଯିବାର ବ୍ୟବସ୍ଥା କରାଯିବ। ଅପହୃତ ୧୯ ଜଣକ ମଧ୍ୟରୁ ୧୮ ଜଣ ଭାରତୀୟ ଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories