www.samajalive.in
Tuesday, December 9, 2025
17.1 C
Bhubaneswar

ଜାତୀୟ ରାଜପଥରେ ହାତୀ ; ଗାଡ଼ି ଚଳାଚଳ ବାଧାପ୍ରାପ୍ତ

କଟକ : କଟକ ଜିଲା ଚୌଦ୍ୱାର ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ ସୋମବାର ୨ଟି ହାତୀ ରାସ୍ତା ଉପରେ ଥିବାରୁ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପଟେ ଗାଡ଼ି ଅଟକି ରହିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ବୋଲି ସୂଚନା ମିଳିଛି। ଖବର ପାଇ ବନବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଚେଷ୍ଟା କରିବା ପରେ ହାତୀ ନିକଟ ଅଞ୍ଚଳ ଡ଼ିହସାହି ଭିତରକୁ ପଳାଇ ଲୁଚି ରହିଛନ୍ତି। ହାତୀ ଯିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲେ ମଧ୍ୟ ହାତୀ ନିକଟ ଅଞ୍ଚଳରେ ଲୁଚି ରହିଥିବାରୁ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ବୋଲି ବୋଲି ସୂଚନା ମିଳିଛି। ଏହାସହ ହାତୀ ପୁଣି ରାସ୍ତା ଉପରକୁ ଆସିବାର ସମ୍ଭାବନା ମଧ୍ୟ ରହିଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories