www.samajalive.in
Tuesday, December 9, 2025
23.1 C
Bhubaneswar

ବଡଦିନରେ ସାରା ରାତି ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଆସନ୍ତା ଡିସେମ୍ବର ୨୫ ତାରିଖ ବଡଦିନ ଅବସରରେ ଶ୍ରୀମନ୍ଦିରର ଦ୍ବାର ରାତିସାରା ଖୋଲା ରହିବ। ଶ୍ରଦ୍ଧାଳୁମାନେ ରାତି ସାରା ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଡିସେମ୍ଵର ୨୬ରେ ସୂର୍ଯ୍ୟପରାଗ ଲାଗୁ ଥିବାରୁ ଡିସେମ୍ବର ୨୫ ତାରିଖ ବୁଧବାର ସନ୍ଧ୍ୟା ୮ଟା ୨୦ ମିନିଟରୁ ପାକ୍ ନିଷେଧ କରାଯିବ। ଏହା ସହ ଅନ୍ନଭୋଜନ ଓ ଦେବନୀତି ମଧ୍ୟ ବନ୍ଦ ରହିବ। ଶ୍ରୀମନ୍ଦିରରେ ନୀତିକାନ୍ତି ନ ହେବାରୁ ୨୫ ତାରିଖ ରାତିସାରା ଶ୍ରୀମନ୍ଦିରର ଦ୍ବାର ଖୋଲା ରହିବ। ତେବେ ଶ୍ରଦ୍ଧାଳୁମାନେ କେତେ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ସେନେଇ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତି ନିଆଯାଇ ନାହିଁ। ୨୬ତାରିଖ ସୂର୍ଯ୍ୟଗ୍ରହଣ ପରେ ମହାସ୍ନାନ ହେବା ପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହେବ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories