www.samajalive.in
Sunday, December 7, 2025
26.1 C
Bhubaneswar

୪୮ ଏକରରେ ରହିଛି ଏହି ହୋଟେଲ, ଭଡ଼ା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଏକ ବଡ଼ ଜିନିଷ। ପ୍ରତ୍ୟେକଙ୍କର କିଛି ନା କିଛି ସଉକ ଥାଏ। କାହାକୁ ଖାଦ୍ୟପେୟର ତ କାହାକୁ ଦାମୀ ବସ୍ତ୍ରର, ଅଳଙ୍କାରର, ଭ୍ରମଣର ଏଭଳି ଭିନ୍ନ ଭିନ୍ନ ସଉକ ଥାଏ। ଭ୍ରମଣ ପ୍ରେମୀଙ୍କ ମଧ୍ୟରୁ ବହୁ ଲୋକଙ୍କୁ ଦାମୀ ହୋଟେଲରେ ରହିବା ଖୁବ ପସନ୍ଦ। ଯଦି ଆପଣଙ୍କର ଏଭଳି ସଉକ ଥାଏ, ତେବେ ଏପରି ଏକ ବିଳାସମୟ ହୋଟେଲ ବିଷୟରେ ଜାଣନ୍ତୁ, ଯେଉଁଠି ଗୋଟିଏ ରାତି ରହିବା ପାଇଁ ପୈଠ ହେଉଥିବା ଟଙ୍କା ବିଷୟରେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ। ଜାଣନ୍ତୁ ….
ରାଜସ୍ଥାନର ରାଜଧାନୀ ଜୟପୁରସ୍ଥିତ ରାମବାଗ ପ୍ରାସାଦ ଭାରତର ସବୁଠାରୁ ଦାମୀ ହେଟେଲମାନଙ୍କ ମଧ୍ୟରେ ଗୋଟିଏ। ପ୍ରାୟ ୧୮୩୫ରେ ନିର୍ମିତ ହୋଇଥିବା ଏହି ପ୍ରାସାଦ ରାଜସ୍ଥାନର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଗୋଟିଏ। ଏହି ପ୍ରାସାଦ ବା ବର୍ତ୍ତମାନ ସମୟର ହୋଟେଲ ଭାବେ ପରିଚିତ ସେହି ସ୍ଥାନ ପ୍ରାୟ ୪୮ ଏକର ମଧ୍ୟରେ ବ୍ୟାପି ରହିଛି।
ବର୍ତ୍ତମାନ ସମୟରେ ଏହି ପ୍ରାସାଦ ବିଶ୍ୱର ସବୁଠାରୁ ଦାମୀ ହୋଟେଲ ମଧ୍ୟ ଗୋଟିଏ ଭାବେ ଜଣାଶୁଣା। ଏହା ଭିତରର ସାଜସଜ୍ଜା ଖୁବ ଉଚ୍ଚକୋଟିର ଓ ସୌନ୍ଦର୍ଯ୍ୟମୟ। ହୋଟେଲରେ ପ୍ରାୟ ୭୮ଟି ବିଳାସମୟ କକ୍ଷ ରହିଛି। କକ୍ଷରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ମଧ୍ୟ ରହିଛି।
ଏହି ହୋଟେଲକୁ ବହୁ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଆସିଛନ୍ତି। ହୋଟେଲରେ ଗୋଟିଏ ରାତି ରହଣି ପାଇଁ ୨୪ ହଜାର ଟଙ୍କାରୁ ଆରମ୍ଭ ହୋଇ ୫ ଲକ୍ଷ ପର୍ଯ୍ୟନ୍ତ ରହିଛି। ଯଦି ଆପଣ ଏହି ରାଜକୀୟ ହେରିଟେଜର ସଉକ ନେବା ପାଇଁ ଇଚ୍ଛୁକ ତେବେ ସେଠାକୁ ଯାଆନ୍ତୁ ନିଶ୍ଚୟ ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories