www.samajalive.in
Saturday, December 6, 2025
23.1 C
Bhubaneswar

୩୦ଲକ୍ଷ ଯୌତୁକ ଦାବି କରି ବର ଗିରଫ

ଆଗ୍ରା: ବିବାହ ବେଦୀରେ ବରଣମାଳ ପିନ୍ଧା ବେଳେ ୩୦ଲକ୍ଷ ଟଙ୍କାର ଯୌତୁକ ଦାବି କରି ଗିରଫ ହୋଇଛନ୍ତି ବର ରବି କୁମାର। ଆଗ୍ରାରେ ପୁଲିସ କନଷ୍ଟେବଳ ଭାବେ  କାର୍ଯ୍ୟରତ ରବି କୁମାରଙ୍କ ବାହାଘର ଗାଜିଆବାଦରେ ସ୍ଥିର ହୋଇଥିଲା। ବିବାହ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଥିବାବେଳେ ରବି କୁମାର ୩୦ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ। ଏପରିକି କନ୍ୟା ବରଣମାଳ ପିନ୍ଧାଇବାକୁ ଯାଉଥିବାବେଳେ ଯୌତୁକ ବାବଦ ଅର୍ଥ ନଦେଲେ ଏହା ହୋଇପାରିବ ନାହିଁ ବୋଲି ରବି କହିଥିଲେ। କନ୍ୟା ପିତା ଏତେ ପରିମାଣର ଅର୍ଥ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ କନ୍ୟା ପିତା ପୁଲିସକୁ ଖବର ଦେଇଥିଲେ। ଖଣ୍ଡୌଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରବିଙ୍କୁ ଗିରଫ କରିଥିଲା। ରବି ଓ ତାଙ୍କ ପିତାଙ୍କ ବିରୋଧରେ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍‌)ର ଧାରା ୩୫୨ ଓ ଯୌତୁକ ନିରୋଧ ଆଇନର ଧାରା ୩ ଓ ୪ରେ ମାମଲା ରୁଜୁ କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories