ଓଡ଼ିଆ ଭାଷା ପ୍ରତିଷ୍ଠାନରେ ତାଲା ପଡ଼ିବ !

ଭୁବନେଶ୍ବର: ଅସ୍ଥାୟୀ ନିର୍ଦେଶକରେ ୧୦ ବର୍ଷ ହେବ ଚାଲିଛି ଓଡ଼ିଆ ଭାଷା ପ୍ରତିଷ୍ଠାନ। ଏଠାରେ କୌଣସି ନିୟମିତ କର୍ମଚାରୀ ନାହାନ୍ତି। ମୂଳ ପଦ ଅନୁସାରେ କର୍ମଚାରୀଙ୍କ ଅଭାବ ରହିଛି। ଏସବୁ ସମସ୍ୟା ଭିତରେ ମନ୍ଥର ଗତିରେ ଚାଲିଥିବା ଏହି ପ୍ରତିଷ୍ଠାନକୁ ଲାଗିଛି ଆଉ ଏକ ଧକ୍କା। ଏଠାରେ ଜଣେ ଭାଷାବିତ ଥିବାବେଳେ ଅବଧି ପୂର୍ବରୁ ସେ ଚାକିରି ଛାଡ଼ିଛନ୍ତି। ସଂସ୍କୃତି ଭବନରୁ ଖାରବେଳ ଭବନକୁ ଯିବା ପରେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଜଟିଳ ହେବାରେ ଲାଗିଛି। ଠିକଣା ବଦଳିଲା ପରେ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। କେବଳ ପ୍ରଶିକ୍ଷଣରେ ପ୍ରତିଷ୍ଠାନ ସୀମିତ ଥିବାବେଳେ ତାଲା ପଡ଼ିବା ଅବସ୍ଥା ଉପୁଜିଛି।
ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ସହିତ ପୁରୁଣା ପୁସ୍ତକଗୁଡ଼ିକର ପୁନଃ ପ୍ରକାଶନ ଓ ପ୍ରସାରଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଓଡ଼ିଆ ଭାଷା ପ୍ରତିଷ୍ଠାନ। ଦୀର୍ଘ ୧୮ ବର୍ଷ ବିତିଯାଇଥିଲେ ହେଁ ଏପର‌୍ୟ୍ୟନ୍ତ ପ୍ରତିଷ୍ଠାନର କାର‌୍ୟ୍ୟକାରିତା ଓ କାର‌୍ୟ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଏଠାରେ ମାନବସମ୍ବଳର ଅଭାବ ଥିବାବେଳେ ଜଣେ ହେଲେ ବି ନିୟମିତ କର୍ମଚାରୀ ନଥିଲେ। ଏବେ ଭାଷାବିତ ଶୂନ୍ୟ ହୋଇଛି ପ୍ରତିଷ୍ଠାନ।
ଏଠାରେ ଜଣେ ଭାଷାବିତ କାର‌୍ୟ୍ୟ କରୁଥିଲେ, ଏବେ ‌େ‌ସ ଅନ୍ୟତ୍ର ଯୋଗ ଦେଇଛନ୍ତି। କେମିତି ବିନା ଭାଷାବିତରେ କାର‌୍ୟ୍ୟ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ୧୮ରୁ ୨୨ ଏବଂ ୨୬ରୁ ୩୦ ତାରିଖ ମଧ୍ୟରେ ଦୁଇଟି ପ୍ରଶିକ୍ଷଣ ଶିବିର ଥିବା‌େ‌ବଳେ ଏହାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ଅନେକ ଆଶା କରିଥିଲେ ସରକାର ବଦଳିବା ପରେ ସ୍ଥିତିରେ ସୁଧାର ଆସିବ ହେଲେ ନୂଆ ସରକାର ଆସିବା ପରେ ଏଥିରେ ସେଭଳି କିଛି ପରିବର୍ତ୍ତନ ହୋଇନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛିଟ୍ଟ ହେଲେ ଭାଷା ପ୍ରତିଷ୍ଠାନ କ୍ଷେତ୍ରରେ ସେଭଳି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯେଉଁମାନେ ଦୀର୍ଘ ବର୍ଷ ହେଲା ଏଠାରେ କାର‌୍ୟ୍ୟ କରୁଛନ୍ତି ସେମାନଙ୍କୁ ନିୟମିତ କରାଯାଉନାହିଁ କି ନୂଆ ନିଯୁକ୍ତି ମଧ୍ୟ ଦିଆଯାଉନାହିଁ। ଏହାକୁ ନେଇ ଏବେ ଭାଷା ପ୍ରତିଷ୍ଠାନର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ୨୦୦୬ରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଆରମ୍ଭ ହୋଇଥିଲା। ପ୍ରଥମେ ଏହି ପ୍ରତିଷ୍ଠାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିଲା। ୨୦୧୫ରେ ସଂସ୍କୃତି ବିଭାଗ ଅଧୀନକୁ ଆସିଲା। ସେବେଠୁ ପ୍ରତିଷ୍ଠାନ କାର‌୍ୟ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପ୍ରତିଷ୍ଠାନ କାର‌୍ୟ୍ୟ କରୁଥିବାବେଳେ ନୂଆ ନିର୍ଦେଶକ, ସଚିବ ଓ ମନ୍ତ୍ରୀ ଆସିବା ପରେ ମଧ୍ୟ ସ୍ଥିତି ଯଥାପୂର୍ବଂ ତଥା ପର।

Comments are closed.