ସିଆରପିଏଫ୍‌ ଗାଡ଼ି  ଓଲଟି ୧୯ଜଣ ଯବାନ ଆହତ

0

ଶ୍ରୀନଗର : ଶ୍ରୀନଗରରେ ରବିବାର ସିଆରପିଏଫ୍‌ର  ଏକ ଗାଡ଼ି  ଓଲଟି ପଡିବାରୁ ୧୯ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଜେଭିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଯବାନମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆର୍ମି ବେସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଜଣଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ସିଆରପିଏଫ୍‌ର ୨୮ତମ ବାଟାଲିଅନ୍‌ର ୨୧ଜଣ ଯବନାଙ୍କୁ ନେଇ ଯାଉଥିବା ଏକ ଗାଡ଼ି  ରବିବାର ସକାଳେ ବେମିନ ଅଞ୍ଚଳର ଶ୍ୟାମଲାଲ ପେଟ୍ରୋଲପମ୍ପ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡି ଉପରକୁ ଟେକା ପଥର ଫିଙ୍ଗାଯିବା ଏବଂ ରାସ୍ତାରେ ଇଟା ଓ ପଥର ପଡିଥିବାରୁ ଭାରସାମ୍ୟ ହରାଇ ଗାଡ଼ିଟି  ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ତେବେ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply