ପାଞ୍ଚଦିନ ପାଇଁ ସମାରୋହରେ ପଞ୍ଚଦୋଳ ପାଳିତ ହୋଇଥାଏ। ଭାରତର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ସମାରୋହରେ ପାଳିତ ହୋଇଆସୁଛି। ଫାଲଗୁନ୍ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ଶ୍ରୀରାଧା ଓ କୃଷ୍ଣଙ୍କ ନିକଟେର ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ। ତେଣୁ ରାଧାକୃଷ୍ଣ ମନ୍ଦିର ସେହିଦିନଠାରୁ ଉତ୍ସବମୁଖର ହୋଇ ଉଠିଥାଏ। ଠାକୁର ବିମାନରେ ନଗର ପରିକ୍ରମା ସାରି, ଭୋଗ ଗ୍ରହଣ କରନ୍ତି। ଓଡ଼ିଶାରେ ଦୋଳପୂର୍ଣ୍ଣମୀ ଦିନ ଠାକୁରଙ୍କୁ ଦୋଳମଣ୍ଡପରେ ପୂଜାର୍ଚ୍ଚନା କରାଯିବା ପରେ ଆଗାମୀ ନୂତନ ବର୍ଷର ବାର୍ଷିକ ସାଧାରଣ ଫଳାଫଳର ସୂଚନା ପୁରୋହିତମାନେ ଦେଇଥାନ୍ତି।
Popular Categories



