www.samajalive.in
Sunday, December 14, 2025
17.1 C
Bhubaneswar

ଭଜନ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ପରଲୋକ

ଭୁବନେଶ୍ବର: ଭଜନପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆଉ ଶୁଣିବାକୁ ମିଳିବନି ଶ୍ରୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠ ସ୍ବର । ପ୍ରଖ୍ୟାତ ଭଜନ ଗାୟକ ଶ୍ରୀ ଅରବିନ୍ଦ ମୁଦୁଲିଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି ।ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି।ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିରେ ତାଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକ ଚିକିତ୍ସା ଲାଗି ଭୁବନେଶ୍ବରର ଏକ ଘରୋଇ ହସପିଟାଲ୍ରେ ଭର୍ତି କରିଥିଲେ।ଚିକିତ୍ସା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ୍ୟୁ ବେଳକୁ ଶ୍ରୀ ମୁଦୁଲିଙ୍କୁ ୫୬ ବର୍ଷ ହୋଇଥିଲା।ଭଜନ ଜଗତରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଠି କରିପାରିଥିଲେ।ସେ ଅନେକ ଭଜନ ଗାୟନ କରିଥି୍ଲେ, ‘ବାଲି ଖେଳୁଥିଲେ’, ‘କଳା ସାଆନ୍ତେ’, ‘ରହିଯାରେ ରହିଯା ତୁ ଜଗାକାଳିଆ’, ‘ଜଗା ପାଇଁ ନିତି ମଲିଫୁଲ ଖଞ୍ଜା ନା’ ଭଳି ଅନେକ ଓଡ଼ିଆ ଭଜନ ଗାଇ ସେ ଶ୍ରୋତାଙ୍କ ମନ ଜିଣିଥିଲେ।ସେ ୧୯୮୫ ରୁ ଗୀତ ଗାଇ ଆସୁଥିଲେ।ସେ ଭଜନ ସମ୍ରାଟ ଭିକାରୀ ଭଳଙ୍କ ଶିଷ୍ୟ ଥିଲେ।ତାଙ୍କ ଅକାଳ ମୁତ୍ୟୁ ରେ ସଙ୍ଗୀତ ଜଗତ ଥବ୍ଧ ହୋଇଯାଈଛି।ଆଜି ତାଙ୍କ ମରଶରୀରକୁ ନିଜ ପୈତୃକ ଗାଁ ଖଣତିକୁ ନିଆଯିବ ଓ ପରେ ତାଙ୍କ ମରଶରୀରକୁ ପୂରି ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହେବ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories