ମୋଦିଙ୍କୁ ଚାଣ୍ଡିଙ୍କ ୮ପ୍ରଶ୍ନ

0

ତିରୁଅନନ୍ତପୁରମ: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଇତିମଧ୍ୟରେ ଚାରି ବର୍ଷ ପୂରଣ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ଏକାଧିକ ତୁଙ୍ଗ ନେତା ବିଭିନ୍ନ ସ୍ଥାନରେ ସରକାରଙ୍କ ସଫଳତାର ଡିଣ୍ଡିମ ପିଟୁଥିବାବେଳେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମେନ ଚାଣ୍ଡି ମୋଦିଙ୍କୁ ୮ଟି ପ୍ରଶ୍ନ ପଚାରିଛନ୍ତି। ଏଗୁଡିକ ହେଲା (୧) ବିଦେଶରୁ କଳାଧନ ଫେରାଇ ଆଣିବା ଓ ଏହି ଅର୍ଥରୁ ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ପ୍ରତିଶ୍ରୁତି କୁଆଡେ ଗଲା। (୨) ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଲୋକେ କେବେ ୪୦ ଟଙ୍କାରେ ଏକ ଲିଟର ପେଟ୍ରୋଲ ପାଇବେ। (୩) ବିମୁଦ୍ରାୟନ ଯୋଗୁଁ ଦେଶ ଲାଭବାନ ହୋଇଛି କି, ଦେଶର ଅର୍ଥନୈତିକ ଅଭିବୃଦ୍ଧିର ସତ୍ତା କେଉଁଠି। (୪) ମେକ୍‍ ଇନ ଇଣ୍ଡିଆ ଯୋଜନା କେତେ ବାଟ ଯାଇଛି, ବେକାର ଯୁବକ ଯୁବତୀଙ୍କ ପାଇଁ ସରକାର କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। (୫) ଡଲାର ତୁଳନାରେ ଟଙ୍କାର ସ୍ଥିତି କେଉଁଠି, ୟୁପିଏ ଅମଳର ସ୍ଥିତିକୁ ଉଲ୍ଲେଖ କରିବାକୁ ଭୁଲିବେନି। (୬) ସ୍ୱଚ୍ଛ ଭାରତ ଅଭିଯାନ କେତେଦୂର ସଫଳ ହେଲାଣି, ସର୍ଭେ ଅନୁଯାୟୀ ଆପଣଙ୍କ ନିର୍ବାଚନମଣ୍ଡଳୀ ବାରାଣସୀ କାହିଁକି ଦ୍ୱିତୀୟ ପ୍ରଦୂଷିତ ସହରର ମାନ୍ୟତା ପାଇଛି। (୭) ଆଧାର କାର୍ଡକୁ ଭିତ୍ତିକରି ଶିଳ୍ପ ସଂସ୍ଥା/କମ୍ପାନୀଗୁଡିକ କିପରି ସୂଚନା ହାସଲ କରୁଛନ୍ତି। (୮) ଲୋକପାଳ ବିଲ୍‍ କୁଆଡେ ଗଲା ଓ ଦୁର୍ନୀତି ନିବାରଣ ଅଭିଯାନର ସ୍ଥିତି କ’ଣ ?

Leave A Reply