କଟକ : କଟକ ବାଙ୍କୀ ଅନ୍ତର୍ଗତ ଗୋପାଳପୁରର ଏକ ଗାଁରେ ଶନିବାର ବିଳମ୍ବିତ ରାତିରେ ମେଣ୍ଢା ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗାଁରେ ପଶି ପ୍ରାୟ ୩୭ଟି ମେଣ୍ଢା ଚୋରି କରିନେଇଥିବା ନେଇ ଅଭିଯୋଗ ହୋଇଛି। ଘଟଣା ବିଷୟରେ ସ୍ଥାନୀୟଲୋକଙ୍କ ନିକଟରେ କୌଣସି ଖବର ନଥିବା ଜଣାପଡ଼ିଛି। ଏତେ ସଂଖ୍ୟକ ମେଣ୍ଢା ଚୋରି ହେବାରୁ ମେଣ୍ଢା ପାଳିଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ ସେମାନେ କ୍ଷତିପୂରଣ ଦାବି କରିଥିବା ସୂଚନା ମିଳିଛି। ଏନେଇ ଗ୍ରାମବାସୀ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Popular Categories



