www.samajalive.in
Saturday, December 13, 2025
14.1 C
Bhubaneswar

ସାରଥି ସହଯୋଗୀଙ୍କ ଆଉ ୩ ପ୍ଲଟ୍‌କୁ ଜବତ କଲା ଇଡ଼ି

କେନ୍ଦ୍ରାପଡ଼ା: ସାରଥି ଓରଫ ସନ୍ତୋଷ ରାଉଳଙ୍କ ବାରିମୂଳ ଆଶ୍ରମ ଓ ସତ୍ୟମ୍‍ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ନାମରେ ଥିବା ଆଉ ୩ଟି ପ୍ଲଟକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଛି। ଗରାପୁର ମୌଜାରେ ଥିବା ଏହି ପ୍ଲଟଗୁଡିକୁ ଇଡି ନିଜ ଅକ୍ତିଆରକୁ ନେଇଛି। ଏ ସଂପର୍କରେ ୩ଟି ସୂଚନାଫଳକ ସଂପୃକ୍ତ ଜମି ଉପରେ ଲଗାଯାଇଛି। ୫ ମାସ ତଳେ ବାରିମୂଳ ଆଶ୍ରମରେ ନୋଟିସ ଦିଆଯାଇ ଆଶ୍ରମ ପରିସରରେ ଥିବା କୌଣସି ପ୍ଲଟରେ କୌଣସିବ୍ୟକ୍ତି ଅନଧିକାର ପ୍ରବେଶ କରିପାରିବେ ନାହିଁ, ଦଖଲ କିମ୍ବା ଖର୍ଦ୍ଦିବିକ୍ରି କରିପାରିବେ ନାହିଁ ବୋଲି ତାଗିଦ୍‌ କରାଯାଇଥିଲା। ଏବେ ବୁଧବାର ଏହି ୩ଟି ପ୍ଲଟକୁ ଇଡି ନିଜ ଦଖଲକୁ ନେବା ପରେ ସାରଥି ଆଶ୍ରମ ଏବଂ ଆଶ୍ରମ ପାଖରେ ଥିବା ମୋଟ ପ୍ଲଟ୍‌ସଂଖ୍ୟା ୨୯ରେ ପହଞ୍ଚିଛି।

ସାରଥିଙ୍କ ମାଆ ଦୁଇଟି ଦୁଧିଆଳୀ ଗାଈ ଧରି ଆଶ୍ରମ ପରିସରରେ ରହିବା ସହିତ ଗାଈଙ୍କ ସେବା ପାଇଁ ଦୁଇଜଣ ସେବାକାରୀଙ୍କୁ ଆଶ୍ରମ ଭିତରେ ରଖିଛନ୍ତି। ଆଶ୍ରମର ପଛପଟ ଦେଇ ସେମାନେ ବାହାରକୁ ଯିବା ଆସିବା କରୁଛନ୍ତି। ଆଶ୍ରମ ଭିତରକୁ ସେମାନଙ୍କ ଯିବା ଆସିବା ଉପରେ କୌଣସି କଟକଣାନାହିଁ। ୨୦୧୫ ଅଗଷ୍ଟ ୮ ରୁ ସାରଥୀ ଗିରଫ ହେବା ପରଠାରୁ ଏକ ସେକ୍ସନ୍‌ ସୁରକ୍ଷା କର୍ମୀ ଇତି ମଧ୍ୟରେ ୪ ବର୍ଷ ୪ମାସ ହେଲା ଆଶ୍ରମକୁ ଜଗି ରହିଛନ୍ତି। ସାରଥୀଙ୍କ ମା’ ଆଶ୍ରମ ଭିତରେ ରହିବାକୁ ଗ୍ରାମବାସୀ ବିରୋଧ କରୁଥିବା ସତ୍ତ୍ବେ କୌଣସି କାର୍ୟ୍ୟାନୁଷ୍ଠାନ କରାଯାଉ ନ ଥିବା ଅଭିଯୋଗ ହେଉଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories