www.samajalive.in
Saturday, December 13, 2025
27.1 C
Bhubaneswar

ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କଲେ ପାକିସ୍ତାନ ମନ୍ତ୍ରୀ : ଯୁଦ୍ଧ କରିବାକୁ ଦେଲେ ଧମକ

ଇସଲାମାବାଦ : ବିବାଦୀୟ ବୟାନ ଦେଇ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ପୁଣିଥରେ ସେହିଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଭାରତ ଓ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବା ରସିଦ ପୁଣିଥରେ ନାଗରିକତା ସଂଶୋଧନ ଆଇନକୁ ନେଇ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏପରିକି ଉକ୍ତ ସିଏଏକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ମଧ୍ୟ ସେ ଧମକ ଦେଇଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ନାଗରିକତା ସଂଶୋଧନ ଆଇନ(ସିଏଏ) ଭଳି ଆଇନ କରି ଭାରତୀୟ ମୁସଲମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି। ଭାରତରେ ଉକ୍ତ ଆଇନର ବିରୋଧ ସତ୍ତ୍ବେ ଏମିତି କରି ମୋଦୀ ଭାରତୀୟ ମୁସଲମାନମାନଙ୍କର ଅପମାନ କରିଥିବା ସେ କହିଛନ୍ତି। ସର୍ବଦା ମୁସଲମାନଙ୍କ ସହ ଛିଡାହେବା ତାଙ୍କର କର୍ତ୍ତବ୍ୟ ତେଣୁ ଦରକାର ପଡିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories