www.samajalive.in
Monday, December 15, 2025
15.1 C
Bhubaneswar

ସୁକିନ୍ଦାର ଖଣିଜ ଓ କଳିଙ୍ଗନଗରର ଶିଳ୍ପ ଦେଶ ବିକାଶରେ ସହାୟକ ହେଉଛି : ଗୃହରାଷ୍ଟ୍ର ମନ୍ତ୍ରୀ

ଯାଜପୁର : ରାଜ୍ୟର ଅଭିବୃଦ୍ଧିରେ ଶିଳ୍ପର ଆବଶ୍ୟକତା ରହିଛି ଆଉ ରାଜ୍ୟର ଏହି ଆବଶ୍ୟକତା କ୍ଷେତ୍ରରେ ଏକ ସହାୟକ ପାଲଟିଛି ଯାଜପୁର। ସୁକିନ୍ଦାର ଖଣିଜ ପଦାର୍ଥ ଓ କଳିଙ୍ଗନଗରର ଶିଳ୍ପ ରାଜ୍ୟ ସହ ଦେଶର ବିକାଶରେ ସହାୟକ ହେଉଛି ବୋଲି ଯାଜପୁର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପ, ଶକ୍ତି, କ୍ଷୁଦ୍ର, ଅଣୁକ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଏହା କହିଥିଲେ।

କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସୁଖରେ ପରିପୂର୍ଣ୍ଣ ସୁକିନ୍ଦା ବୋଲି କହିବା ସହ କଳିଙ୍ଗନଗର ରାଷ୍ଟ୍ର ବିକାଶରେ ସହାୟକ ହେଉଛି ବୋଲି କହିଥିଲେ । ଏହି ଅଞ୍ଚଳ ପାଇଁ ଦେଶ ଆଗେଇଛି। ଏଠିକାର ମହୋତ୍ସବ ଏକତାର ସନ୍ଦେଶ ଦେଉଛି ।

- Advertisement -

ସମ୍ମାନୀତ ଅତିଥି ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ତାଙ୍କ ପୌରହିତ୍ୟରେ ହେଉଥିବା ମହୋତ୍ସବ ଆୟୋଜନକୁ ଭୂରି ଭୂରି ପ୍ରଶଂସା କରିବା ସହ ଆଗକୁ ଏହି ମହୋତ୍ସବ ରାଜ୍ୟ ସ୍ତରରେ ସୁନାମ ପାଇବ  କହିଥିଲେ। ଅନ୍ୟତମ ଅତିଥି ଭାବେ ଯାଜପୁରର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା କହିଥିଲେ ମହୋତ୍ସବ ସୁକିନ୍ଦାର ମାଟି ପାଣି ଓ ପବନକୁ ଗୌରବାନ୍ୱିତ କରିଛି। ଏହା ମାଧ୍ୟମରେ ଏ ଅଞ୍ଚଳର ପ୍ରତିଭା ବିକଶିତ ହୋଇ ପାରିଥିବା ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଭଣ୍ଡାରୀ ପୋଖରି ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ମହୋତ୍ସବରେ ଦିବ୍ୟଙ୍ଗ ମାନଙ୍କୁ ସମ୍ମାନ ଦେବା ଏକ ନିଆରା ପ୍ରକ୍ରିୟା ବୋଲି କହିବା ସହ ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ କରିଥିବା ଯୋଜନା ବିଷୟରେ କହିଥିଲେ। କଳିଙ୍ଗନଗରରେ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପରାମର୍ଶ ଦେବାସହ ଶିଳ୍ପସଂସ୍ଥା ଗୁଡିକ ସ୍ଥାନୀୟ ନିଯୁକ୍ତି ଦେବାକୁ ଶ୍ରୀ ସାମଲ ଆହ୍ଵାନ ଦେଇଥିଲେ।

ମୁଖ୍ୟବକ୍ତା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମହୋତ୍ସବ ମଞ୍ଚକୁ ସମ୍ବୋଧିତ କରି ମନ୍ତ୍ରୀ ମିଶ୍ରଙ୍କ ନଗଡ଼ା ଓ ସୁକିନ୍ଦା ଗସ୍ତକୁ ପ୍ରଶଂସା କରିଥିଲେ । ବିଧାୟକ ପ୍ରୀତି ରଞ୍ଜନ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ମେଗା ପାନୀୟ ଜଳ ଦ୍ଵାରା ସବୁ ଘରକୁ ପାଣି ଓ ପ୍ରତି ଘରକୁ ବିଜୁଳି ଆଲୁଅ ଯୋଗାଇ ଦେବାପାଇଁ କାମ ଆରମ୍ଭ କରିଥିବା ଏହି ଅବସରରେ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ କହିବା ସହ ଅତୀତର ଦ୍ଵିତୀୟ ଇସ୍ପାତ କାରଖାନା ଶୁଭ ପକାଇବା ଓ ବିଜୁ ପଟ୍ଟନାୟକଙ୍କ କଳିଙ୍ଗନଗର ସ୍ଵପ୍ନ ସମ୍ପର୍କରେ କହିବା ସହ ବିଜୁଙ୍କ ସ୍ମୃତିଚାରଣ କରିଥିଲେ ।ମହୋତ୍ସବର ଆୟୋଜକ ପ୍ରୀତିରଞ୍ଜନ ଘଡାଇ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories