www.samajalive.in
Sunday, December 7, 2025
23.1 C
Bhubaneswar

ପ୍ୟାକେଟ ନୁହେଁ ଏହି ଉପାୟରେ ପିଅନ୍ତୁ ଜୁସ 

ବିଭିନ୍ନ ପ୍ରକାର ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ଡ଼ାକ୍ତରମାନେ ମଧ୍ୟ ଜୁସ ପିଇବାକୁ ପରାମର୍ଶ ଦିଅନ୍ତି। ମାର୍କେଟରେ ବର୍ତ୍ତମାନ ଭିନ୍ନ ଭିନ୍ନ ଜୁସ ମିଳୁଛି। ମାତ୍ର ପ୍ୟାକେଟ କିମ୍ବା ଡ଼ବାରେ ବିକ୍ରି ହେଉଥିବା ଜୁସ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ନୁହେଁ। ଏଭଳି ଜୁସ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇବାର ଆଶଙ୍କା ଥାଏ। ଜାଣନ୍ତୁ କିଭଳି ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ….

ଡ଼ବାରେ ମିଳୁଥିବା ଜୁସ ଅପେକ୍ଷା ସତେଜ ଫଳର ଜୁସରେ ଫାଇବର, ଭିଟାମିନ ଓ ବହୁ ପୋଷକ ତତ୍ତ୍ୱ ରହିଥାଏ। ଏହା ସ୍ୱାସ୍ଥ୍ୟକୁ ଶକ୍ତି ଯୋଗାଇବା ସହ ଖୁବ ହିତକାରୀ। ଜାଣନ୍ତୁ ଘରେ ଜୁସ ପ୍ରସ୍ତୁତ କରିବାର କିଛି ଆବଶ୍ୟକୀୟ ଟିପ୍ସ ….

- Advertisement -

ପାଣିରେ ଲେମ୍ବୁ ସାମାନ୍ୟ ଚିନି, ଅଳ୍ପ ଲୁଣ ପକାଇ ଏହାକୁ ପିଅନ୍ତୁ। ଏହା ଶରୀରରୁ କ୍ଷତିକାରକ ପଦାର୍ଥ ବାହାର କରିଦେଇଥାଏ। 

ପାଣିରେ ଲେମ୍ବୁ ରସ, ସାମାନ୍ୟ ଲୁଣ, ଅଦା ପକାଇ ପିଇବା ମଧ୍ୟ ବେଶ ସ୍ୱାସ୍ଥ୍ୟ ଉପକାରୀ। 

ଘରେ ଗ୍ରୀନ ଟି ମଧ୍ୟ ପ୍ରସ୍ତୁତ କରି ପିଇପାରିବେ। 

–  ଦହିରେ ଅଳ୍ପ ପାଣି ମିଶାଇ ସାମାନ୍ୟ କଳାଲୁଣ ଓ ଗିରା ଗୁଣ୍ଡ ପକାଇ ଏହାକୁ ପିଇପାରିବେ। ଏହା ପେଟକୁ ଥଣ୍ଡା ରଖିବା ସହ ପେଟ ଜନିତ ବହୁ ସମସ୍ୟା ମଧ୍ୟ ଦୂର କରିଥାଏ। 

ଦହିରେ , ପାଣି ,ଗୁଡ଼ ମିଶାଇ ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ।

ସତେଜ ଫଳକୁ ଜୁସ କରି ପିଅନ୍ତୁ। 

ମିଠା ଲସୀ ଅର୍ଥାତ ଦହିରେ ଚିନି ପକାଇ ପିଅନ୍ତୁ। 

ନଡ଼ିଆ ଓ ପଇଡ଼ ପାଣି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। 

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories