www.samajalive.in
Monday, December 15, 2025
16.1 C
Bhubaneswar

ସଟ୍ଟା ବିରୋଧି ଅଭିଯାନ : କିଙ୍ଗପିନ ସମେତ ୧୬ ଗିରଫ

ସମ୍ବଲପୁର : ସମ୍ବଲପୁର ସହରରେ ଦିନକୁ ଦିନ ଅପରାଧିକ ଗତିବିଧି ବୃଦ୍ଧି ପାଉଥିବା ବେଳେ ପୁଲିସ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସମ୍ବଲପୁର ଜିଲା ପୁଲିସ ୧୧ ଓ ୧୨ ତାରିଖ ରାତ୍ରିରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ଜିଲାର ଟାଉନ, ଧନୁପାଲୀ, କ୍ଷେତରାଜପୁର, ସଦର, ଅଇଁଠାପାଲୀ, ହୀରାକୁଦ ଓ ବୁର୍ଲା ଥାନା ଅଞ୍ଚଳ ମାନଙ୍କରେ ବିଭିନ୍ନ ସ୍ଥାନରେ ଚଢ଼ଉ ଅଭିଯାନ କରିଛି। ପୁଲିସର ଏହି ଚଢ଼ଉ ଅଭିଯାନ ସମୟରେ ସମ୍ବଲପୁର ଜିଲାରେ ବେଆଇନ ସଟ୍ଟା କାରବାର ସହିତ ସଂଶ୍ଲିଷ୍ଟ ଥିବା କିଛି କିଙ୍ଗପିନ ମାନଙ୍କ ସମେତ ସମୁଦାୟ ୧୬ ଜଣଙ୍କୁ ପୁଲିସ ଗିରଫ କରିଛି। ଚଢ଼ଉ ସମୟରେ ଜିଲାରେ ବେଆଇନ ସଟ୍ଟା କାରବାରର କିଙ୍ଗ ପିନ କୁହାଯାଉଥିବା ଅଜିତ ପୁରୋହିତ, ରାକେଶ ନିଖିତରାଜ, ବିଜୟ ଗୁପ୍ତା, ଧନଞ୍ଜୟ ଅରୋର ଓ ସୁରେଶ ଚନ୍ଦ୍ର ବେହେରା କୁ ଗିରଫ କରିଛି। ପୁଲିସ ଟାଉନ ଥାନା ଅର୍ନ୍ତଗତ ରାମଜୀ ମନ୍ଦିର ପଡାର ଅଜିତ ପୁରୋହିତ, ବାଲିବନ୍ଧାର ନେପାଳ ମେହେର, ଅଇଁଠାପାଲୀ ଥାନା ଅର୍ନ୍ତଗତ ସିଂହପାଲୀର ଗୋବିନ୍ଦ ଓରାମ, ମୁଙ୍ଗାପଡାର ରାକେଶ ନିଖିତରାଜ, କରମଟୋଲୀର ଜୟପ୍ରକାଶ ସାସ, ଗୋପାଳମାଳର ଅନିରୁଦ୍ଧ ସାହୁ, କ୍ଷେତରାଜପୁର ଥାନା ଅର୍ନ୍ତଗତ ଚେରୁଆପଡାର ବିଜୟ କୁମାର ଗୁପ୍ତା, ବେହେରାମୁଣ୍ଡାର ମଣ୍ଟୁ ଜାଲ, ସଦର ଥାନା ଅର୍ନ୍ତଗତ ସିନ୍ଦୁରପଙ୍କର ଗୋବର୍ଦ୍ଧନ ବାରିକ, ହୀରାକୁଦ ଥାନା ଅର୍ନ୍ତଗତ ହୀରାକୁଦ ନିବାସୀ ପ୍ରମୋଦ ଗର୍ଡିଆ, ନିନା ପ୍ରଧାନ, ଧନରାଜ ଅରୋରା, ବିଜୟ କୁମାର ବେହେରା, ଅମୂଲ୍ୟ କୁମାର ଦୀପ, ସୁରେଶ ଚନ୍ଦ୍ର ବେହେରା ଓରଫ ସୁର୍ଯ୍ୟା ଏବଂ ବୁର୍ଲା ଥାନା ଅର୍ନ୍ତଗତ ବୁର୍ଲା ନିବାସୀ ଜାହିନୀ ଖାନ ଙ୍କୁ ଗିରଫ କରିଛି।

ଏ ସର୍ମ୍ପକରେ ସମୁଦାୟ ୧୧ଟି ମାମଲା ଯଥା ଟାଉନ ଥାନାରେ ମାମଲା ନଂ ୫୧୯/୨୦୧୯, ଅଇଁଠାପାଲୀ ଥାନାରେ ମାମଲା ନଂ ୫୬୦/୨୦୧୯, ୫୬୧/୨୦୧୯, ୫୬୨/୨୦୧୯, କ୍ଷେତରାଜପୁର ଥାନାରେ ମାମଲା ନଂ ୩୧୪/୨୦୧୯, ୩୧୫/୨୦୧୯, ଧନୁପାଲୀ ଥାନାରେ ମାମଲା ନଂ ୫୦୩/୨୦୧୯, ସଦର ଥାନାରେ ମାମଲା ନଂ ୨୪୮/୨୦୧୯, ହୀରାକୁଦ ଥାନା ମାମଲା ନଂ ୨୭୮/୨୦୧୯, ୨୮୦/୨୦୧୯ ଏବଂ ବୁର୍ଲା ଥାନାରେ ମାମଲା ନଂ ୫୭୭/୨୦୧୯ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି ବୋଲି ସମ୍ବଲପୁର ପୁଲିସ କହିଛି।

- Advertisement -

ସୂଚନା ଯୋଗ୍ୟ, ଜିଲାରେ ବେଆଇନ ସଟ୍ଟା କାରବାର ସହିତ ସଂପୃକ୍ତ ବ୍ୟକ୍ତି ମାନେ ବର୍ଷ ବର୍ଷ ଧରି ଏହି କାରବାରରେ ସମ୍ପୃକ୍ତ ରହିଛନ୍ତି। ପ୍ରତିଥର ଜିଲାର ପୁଲିସ ମୁଖିଆ ବଦଳ ହେବାର କିଛି ମାସ ମଧ୍ୟରେ ଏହି ସଟ୍ଟା କାରବାରୀ ମାନଙ୍କୁ ପୁଲିସ ଧରୁଥିବାର ବହୁବାର ନଜୀର ରହିଛି। କିନ୍ତୁ ସେମାନେ ଜେଲରୁ ବାହାରିବା ପରେ ପୁଣି ଥରେ ସେହି ବ୍ୟପାରରେ ଲାଗିଥିବାର ଦେଖାଯାଉଛି। ଏହା ପରେ ଏହି କାରବାରୀ ମାନେ ପୁଣି ଜିଲାର ନୂତନ ମୁଖିଆ ବଦଳ ହେବା ପର୍ଯ୍ୟନ୍ତ ସେହି ବେଆଇନ କାରବାରରେ ଲିପ୍ତ ରହୁଥିବାର ଦେଖାଯାଉଛି ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏଣୁ ପୁଲିସ ପ୍ରକୃତ କ୍ଷେତ୍ରରେ ସଟ୍ଟା କାରବାର ଉପରେ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ କରି ଏହାକୁ ମୂଳରୁ ନିପାତ କରୁ ବୋଲି ସହରବାସୀ ମତପ୍ରକାଶ କରୁଛନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories