www.samajalive.in
Sunday, December 14, 2025
19.1 C
Bhubaneswar

ସୁପ୍ରିମକୋର୍ଟରେ ପହଞ୍ଚିଲା ନାଗରିକତା ସଂଶୋଧନ ବିଲ୍‌, ମାମଲା ଦାୟର କଲା ଆଇୟୁଏମଏଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ସଂସଦରେ ମଞ୍ଜୁରୀ ମିଳିଛି। ଏହା ପରେ ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯିବ। ଏହା ମଧ୍ୟରେ ଗୁରୁବାର ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଛି। ଇଣ୍ଡିଆନ ୟୁନିୟନ ମୁସଲିମ୍‌ ଲିଗ୍‌(ଆଇୟୁଏମଏଲ) ପକ୍ଷରୁ ଏହି ପିଟିଶନ ଦାୟର ହୋଇଛି। ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ଧର୍ମ ଆଧାରରେ ନାଗରିକତା ଦିଆଯାଇ ପାରିବ ନାହିଁ। ଏହି ବିଲ୍‌କୁ ଅସମ୍ବିଧାନିକ ଦର୍ଶାଇ ଏହାକୁ ରଦ୍ଦ କରିବା ପାଇଁ କୋର୍ଟରେ ଦାବି କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ମୁସଲିମ ଲିଗ୍‌ ପକ୍ଷରୁ ମାମଲା ଲଢୁଛନ୍ତି।

ଅନ୍ୟପଟେ ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ ବି ବିଲ୍‌ ବିରୋଧରେ ପିଟିଶନ ଦାଖଲ କରାଯାଇପାରେ। ମୁସଲିମ ଲିଗ୍‌ର ସାଂସଦ ପି.କେ. କୁହ୍ନାଲକୁଟି କହିଛନ୍ତି, ଆମେ ଗତ ବୁଧବାର ରାଜ୍ୟସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ମାମଲା ରୁଜୁ କରିଛୁ। ଏହା ସମ୍ବିଧାନର ମୂଳ ସିଦ୍ଧାନ୍ତ ବିରୋଧୀ ଅଟେ। ମୁସଲିମ୍‌ ଲିଗ୍‌ କହିଛି, ସମ୍ବିଧାନର ମୌଳିକ ସ୍ତମ୍ଭଗୁଡ଼ିକୁ ନଷ୍ଟ କରାଯାଉଛି। ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ କିପରି ନାଗରିକତା ପ୍ରଦାନ କରାଯାଇପାରିବ। ଏହା ଉପରେ ଏବେ ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେବେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories