www.samajalive.in
Monday, December 15, 2025
17.1 C
Bhubaneswar

ଟାଇମ୍‌ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଦୌଡ଼ରେ ଦୂତି ଓ ପ୍ରମୋଦ

ଭୁବନେଶ୍ବର : ଅଗ୍ରଣୀ ଇଂରାଜୀ ଖବରକାଗଜ ଟାଇମ୍‌ସ ଅଫ ଇଣ୍ଡିଆର ବାର୍ଷିକ କ୍ରୀଡ଼ା ପୁରସ୍କାର ଦୌଡ଼ରେ ଓଡ଼ିଆ ସ୍ପ୍ରିଣ୍ଟର ଅଲିମ୍ପିଆନ ଦୂତି ଚାନ୍ଦ ଓ ବିଶ୍ବ ଚମ୍ପିଆନ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସାମିଲ ହୋଇଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ଟାଇମ୍‌ସ ଅଫ ଇଣ୍ଡିଆ ପକ୍ଷରୁ ତୀରନ୍ଦାଜୀ, ଦୌଡ଼କୁଦ, ବ୍ୟାଡ଼ମିଣ୍ଟନ, ବିଲିୟାର୍ଡସ, ବକ୍ସିଂ, ଚେସ୍‌, କ୍ରିକେଟ, ଫୁଟବଲ, ଗଲ୍‌ଫ, ହକି, କବାଡ଼ି, ପାରା ସ୍ପୋର୍ଟସ, ରୋଇଂ, ସୁଟିଂ, ସ୍କ୍ବାସ, ଟେବୁଲ ଟେନିସ୍‌, ଟେନିସ୍‌, ଭାରୋତ୍ତୋଳନ, କୁସ୍ତି, ସମେତ ବର୍ଷର ଶ୍ରେଷ୍ଠ ଦଳ ଏବଂ ବର୍ଷର ଶ୍ରେଷ୍ଠ ଉଦୀୟମାନ କ୍ରୀଡ଼ାବିତ୍‌ ପୁରସ୍କାର ଲାଗି ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇଛି।
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାରକରି ପୁରସ୍କାର ଲାଗି ସମ୍ଭାବ୍ୟ ଖେଳାଳି ମନୋନୟନ କରାଯାଇଛି। ପାରା କ୍ରୀଡ଼ା‌େ‌ର ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ନୀରବ ଯାଦବ, ଅଲିମ୍ପିକ୍‌ସ ପଦକ ବିଜେତା ଅମିତ ସାରେହା, ଦୀପା ମଲ୍ଲିକ, ମାନସୀ ଯୋଶୀ, ଆନନ୍ଦନ ଗୁନସାକି, କେ. ଜିନ୍‌ଥୋ, ଆଣ୍ଟୋ ମୁୟାସ ଯାଦବ, ମନୀଷ ନରୱାଲ ପ୍ରମୁଖ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରମୋଦ ଚଳିତବର୍ଷ ୧୧ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୦ଟି ସ୍ବର୍ଣ୍ଣ ସହ ୧୧ଟି ପଦକ ବିଜୟୀ ହୋଇଛନ୍ତି। ଏଥିମଧ୍ୟରେ ବିଶ୍ବ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ ସ୍ବର୍ଣ୍ଣ ପଦକ ରହିଛି। ଏଥିପାଇଁ ବିଡବ୍ଲୁଏଫ ବାର୍ଷିକ ପୁରସ୍କାର ସମ୍ଭାବ୍ୟ ମନୋନୟନରେ ପ୍ରମୋଦ ସ୍ଥାନ ପାଇଛନ୍ତି। ସେହିପରି ଦୌଡ଼କୁଦ ବିଭାଗରେ ଦୂତିଙ୍କ ସମେତ ସ୍ବପ୍ନା ବର୍ମନ, ହିମା ଦାସ, ଅର୍ପିନ୍ଦର ସିଂହ, ଜିନ୍‌ସନ ଜନ୍‌ସନ, ତେଜିନ୍ଦର ପାଲ ସିଂହ ତୁର୍, ମନଜିତ୍‌ ସିଂହ ଓ ନୀରଜ ଚୋପ୍ରା ପ୍ରମୁଖ ରହିଛନ୍ତି। ଦୂତି ଚାନ୍ଦ ଚଳିତ ବର୍ଷ ପ୍ରଥମ ଭାରତୀୟ ଭାବେ ବିଶ୍ବ ବିଶ୍ବବିଦ୍ୟାଳୟ ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ନିଜ ନାମରେ ପୂର୍ବରୁ ଥିବା ୧୦୦ ମିଟର ଦୌଡ଼ର ଜାତୀୟ ରେକର୍ଡକୁ ମଧ୍ୟ ଭଙ୍ଗ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories