ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ଦଳୀୟ କାର୍ୟ୍ୟକ୍ରମରୁ ଦୂରରେ ଥିବା ଶ୍ରୀ ମହାନ୍ତିଙ୍କୁ ଗତ ମାର୍ଚ୍ଚ ୧୬ ତାରିଖରେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ ଉପ ସଭାପତି ସମେତ ତାଙ୍କୁ ଢ଼େଙ୍କାନାଳ ଜିଲା ପାଇଁ ଦଳୀୟ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ। ବୋହୂ ବର୍ଷା ସୋନୀଙ୍କ ଅଭିଯୋଗ ମାମଲାରେ ଶ୍ରୀ ମହାନ୍ତି ୨୦୧୩ ମସିହା ମାର୍ଚ୍ଚ ମାସରେ ମନ୍ତ୍ରିପଦରୁ ଇସ୍ତଫା ଦେଇଥିଲେ। ପରେ ତାଙ୍କୁ ବିଜେଡି ଉପ ସଭାପତି ପଦରୁ ବାଦ ଦିଆଯାଇଥିଲା। ୨୦୧୪ ନିର୍ବାଚନରେ ଶ୍ରୀ ମହାନ୍ତି ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ।
Popular Categories



