www.samajalive.in
Monday, December 15, 2025
27.1 C
Bhubaneswar

୨ ପିଲାଙ୍କୁ ହତ୍ୟା ପରେ ଦୁଇ ସ୍ତ୍ରୀଙ୍କ ସହିତ ୮ମ ମହଲାରୁ ଡେଇଁଲେ ସ୍ବାମୀ

ଗାଜିଆବାଦ: ସ୍ବାମୀ ଏବଂ ଦୁଇ ସ୍ତ୍ରୀ ମିଶି ନିଜର ଦୁଇ ସନ୍ତାନଙ୍କୁ ହତ୍ୟା କଲେ। ପରେ ସ୍ବାମୀ ଜଣକ ନିଜର ୨ ପତ୍ନୀଙ୍କ ସହିତ ୮ ମହଲା କୋଠାରୁ ତଳକୁ ଡେଇଁପଡ଼ିଲେ। ସ୍ବାମୀ ଏବଂ ଜଣେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ମହିଳାଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମଙ୍ଗଳବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ। ପୁଲିସ ୪ଟି ମୃତଦେହକୁ ଜବତ କରିଛି। ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି।

ଏସପି ସୁଧୀର କୁମାର ସିଂହ କହିଛନ୍ତି ଯେ, ଗାଜିଆବାଦ ଜିଲାର ଇନ୍ଦିରାପୁରମ ଅନ୍ତର୍ଗତ ବୈଭବ ଅଞ୍ଚଳରେ ଥିବା କୃଷ୍ଣା ଅପରା ସୋସାଇଟିର ଫ୍ଲାଟ ନମ୍ବର ୮୦୫ରେ ଏମାନେ ରହୁଥିଲେ। ଗତ ଦେଢ଼ମାସ ତଳେ ସମସ୍ତେ ଏଠାକୁ ଆସିଥିଲେ। ମଙ୍ଗଳବାର ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଫ୍ଲାଟ ଖୋଲିବା ପରେ ଘର ଭିତରେ ୨ ପିଲାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପିଲା ଦୁଇଟିର ବୟସ ୧୦ ଏବଂ ୧୩ ବର୍ଷ ହେବ। ଘରେ ଥିବା ଏକ ପୋଷା ବିଲେଇକୁ ବି ସେମାନେ ମାରି ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ କାନ୍ଥରେ ସେମାନେ ସୁଇସାଇଡ୍‌ ନୋଟ୍‌ ଲଗାଇଥିଲେ। ଆର୍ଥିକ ସମସ୍ୟା ଯୋଗୁ ସେମାନେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରାଯାଇଛି। ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories