www.samajalive.in
Sunday, December 14, 2025
18.1 C
Bhubaneswar

ଶନିବାର ରାଶିଫଳ

ମେଷ: ବ୍ୟବସାୟ ଲାଭଜନକ ହେବ। ଆଶ୍ଵସ୍ଥି ମିଳିବ। ପ୍ରଭାବଶାଳୀ ହେବେ। ଦୀର୍ଘଦିନର ଆଶା ଫଳବତୀ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନୀରୋଗ ଓ ସୁନ୍ଦର ଶରୀରଯୁକ୍ତ ହେବେ। ଅଣ୍ଟାରେ ବ୍ୟଥା ଉପୁଜିପାରେ।
ବୃଷ: ଯୁଗ୍ମ ବ୍ୟବସାୟରେ ଲାଭ ପାଇ ଖୁସି ହୋଇପାରନ୍ତି। ଅଧିକାଂଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। କାହାରି ହାତ ଟେକା ଦାନକୁ ଗ୍ରହଣ ନ କରି ସ୍ୱାଭିମାନରେ ବଞ୍ଚି ରହିବାକୁ ଉଦ୍ୟମ ଜାରି ରଖିବେ। ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି।
ମିଥୁନ: ଆସ୍ଥାବାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ବିବାହ ପାଇଁ ଯେତେ ଉଦ୍ୟମ ଚଳାଇଲେ ବି; ତାହା ବିଳମ୍ବିତ ହୋଇପାରେ। ବନ୍ଧୁ ସହାୟତା ପାଇ କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ। କୀର୍ତ୍ତିମାନ୍‌ ହେବେ।
କର୍କଟ: ଆଗକୁ ବଢ଼ିବାକୁ ହେଲେ ସତର୍କତା ଆବଶ୍ୟକ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ପତ୍ନୀଙ୍କ ବିଳାସ ବ୍ୟସନ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇପାରନ୍ତି। ଶକ୍ତିମାନ୍‌ ହେବେ। ଧନାଦିଯୁକ୍ତ ଓ ନୀରୋଗୀ ହେବେ।
ସିଂହ: ଯୋଗାଯୋଗରେ ପ୍ରଗତି ଘଟିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳ ହେବେ। ହସ-ଖୁସିରେ ସମୟ ବିତିବ। ଆଶା ପୂରଣ ହେବ। ପୁତ୍ର ସୁଖ ମିଳିପାରେ। କଥାକାର ହେବେ। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହୋଇପାରନ୍ତି।
କନ୍ୟା: ଅର୍ଥ ବିନିଯୋଗ କରି ସଫଳତା ମିଳିବା କଷ୍ଟସାଧ୍ୟ ହେବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ। କୃଷିକ୍ଷେତ ଉପରେ ଧ୍ୟାନ ଦେବେ। ଭୂ-ଗର୍ଭସ୍ଥ ଧନ ମିଳିପାରେ। ସମ୍ମାନିତ ହେବେ। ଦେବ ପୂଜାରେ ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ।
ତୁଳା: ନିଜକୁ କଳହମୁକ୍ତ ରହିବାକୁ ଉଦ୍ୟମ ଜାରି ରଖିବେ। ସତର୍କତାର ସହ ନ ଚଳିଲେ ଆଘାତ ପ୍ରାପ୍ତ ହୋଇପାରନ୍ତି। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ରାଜପୂଜା ମିଳିପାରେ। ଯାନବାହନଯୁକ୍ତ ଓ ବହୁପୋଷକ ହେବେ।
ବିଛା: ରାଜନୀତିରେ ରହିବା ଦ୍ୱାରା ହୋଇଥିବା ଲାଭକ୍ଷତିର ସମୀକ୍ଷା କରିବେ। ଯେକୌଣସି ସୂତ୍ରରୁ ଧନାଗମ ହେବ। ନୀତିଜ୍ଞ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ପରଧନରେ ଧନୀ ହୋଇପାରନ୍ତି। ରସିକ ହେବେ। ସୁଖୀ ହୋଇପାରନ୍ତି।
ଧନୁ: ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ସୁନ୍ଦର ଶରୀରଯୁକ୍ତ ହେବେ। ନୂଆବନ୍ଧୁଙ୍କୁ ଆୟୁଧ କରି କାର୍ଯ୍ୟ ହାସଲ କରିପାରନ୍ତି। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୱଯୁକ୍ତ ହେବେ।
ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କାର୍ଯ୍ୟରେ ବାଧା ଉପୁଜି ପାରେ। ମଧୁରଭାଷା ଓ ଶାଳୀନ ବ୍ୟବହାର ଯୋଗୁଁ ଜନାଦୃତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି।
କୁମ୍ଭ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ସତ୍‌କର୍ମରେ ନିୟୋଜିତ ହେବେ।
ମୀନ: ଆୟ ବୃଦ୍ଧି ହେବାର ସୂଚନା ମିଳୁଛି। ସରକାରୀ ଅର୍ଥ ପାଇପାରନ୍ତି। ଧର୍ମର ଆଧାର ହେବେ। ସୁଗୁଣ ସମ୍ପନ୍ନ ହେବେ। ଉତ୍ତମା ରମଣୀଯୁକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓ ଧନରେ ବିଜୟ ହାସଲ କରିପାରନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories