www.samajalive.in
Monday, December 15, 2025
26.1 C
Bhubaneswar

ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସଭା

ଗୋପାଳପୁର: ବ୍ରହ୍ମପୁର ପୁଲିସ ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଗୋଳନ୍ଥରା ଥାନା ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା ।ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରାଫିକ ଆଇନ ନିୟମ ମାନିବା ସହ ରାସ୍ତାରେ ଯାନବାହାନ ଚଳାଇବା ସମୟରେ ହେଲମେଟ ଆଉ କାର ଚଳେଇଲାବେଳେ ସିଟ ବେଲ୍ଟ ପିନ୍ଧିବା ଯେମିତି ନଭୁଲିବା ସେଥିପ୍ରତି ସଜାଗ ରହିବା ସହ ଟ୍ରାଫିକ ସିଗନାଲକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ ।ମୋ ସରକାର କାର୍ୟ୍ୟକ୍ରମ ଅଧିନରେ ଯେ କୌଣସି ଥାନା ଆପଣଙ୍କୁ ସମ୍ମାନର ସହ ସମସ୍ତ ଅଭିଯୋଗକୁ ଗ୍ରହଣ କରିବେ। ଏଣୁ ଜନସାଧାରଣ ବିନା ଦ୍ବିଧାରେ ଥାନାରେ ନିଜର ଅଭିଯୋଗ ଦାୟର କରିପାରିବେ ବୋଲି ସୂଚନା ଦେଇଥିଲେ। ଜନସାଧାରଣ ପୁଲିସର ଯେତେ ନିକଟତର ହେବ ପୁଲିସ ପାଇଁ କାମ କରିବା ସେତିକି ସହଜ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି କାର୍ୟ୍ୟକ୍ରମରେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଜୟନ୍ତ କୁମାର ମହାପାତ୍ର, ମେରାଇନ ଥାନା ଅଧିକାରୀ ଗୌରାଙ୍ଗ ଚରଣ ସାହୁ, ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ, କନିଷି ତହସିଲଦାର ଅନିତା ସାହୁ, ପ୍ରମୁଖ ମଂଚାସୀନ ଥିଲେ ଗୋଳନ୍ଥରା ଥାନା ଏଏସଆଇ ସ୍ମିତା ଜେନା, ପ୍ରକାଶ ଚନ୍ଦ୍ର ଦାସ, ସିମାଞ୍ଚଳ ମିଶ୍ର, ପ୍ରକାଶ ଚନ୍ଦ୍ର ଆଚାର୍ୟ୍ୟ, ହାବିଲଦାର ବିଶ୍ୱରଂଜନ ଦାସ ସମେତ ସମସ୍ତ କର୍ମଚାରୀ କାର୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପଧାକ୍ଷ ଅଜିତ ଦାସ, ଜିଲାପରିଷଦ ସଭ୍ୟ ବିନୋଦ ଚନ୍ଦ୍ର ମିଶ୍ର, ସିଏଚ ଦିଲେଶ୍ଵର ରେଡି, ଆଡ଼ଭୋକେଟ ପ୍ରକାଶ ଚନ୍ଦ୍ର ସେଠୀ, ରାଜେଶ୍ୱରୀ ଦୋରା, ବିଷ୍ଣୁ ପ୍ରିୟା ନାୟକ, ଦଣ୍ଡପାଣି ସାହୁ, ରଂଗା ରାଓ, ଜୀତେନ୍ଦ୍ର ସେଠୀ ପ୍ରମୁଖ ଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories