ଏଣିକି ପିଲା ଖାଇବେ ସୁସ୍ବାଦୁ ଖାଦ୍ୟ: ମହିଳା ଗୋଷ୍ଠୀ ହାତରେ ମଧ୍ୟାହ୍ନ ଭୋଜନ ଦାୟିତ୍ଵ

ଭୁବନେଶ୍ଵର: ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନ ଭୋଜନର ଦାୟିତ୍ଵ ଏଣିକି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବୁଝିବେ। ନିମ୍ନ ମାନର ମଧ୍ୟାହ୍ନ ଭୋଜନକୁ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି।
ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ଶହେରୁ ଅଧିକ ପିଲା ଥିବା ସ୍କୁଲର ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ। ଡିଇଓଙ୍କ ଜରିଆରେ ଏସଏଚଜି ଗ୍ରୁପ ମଧ୍ୟାହ୍ନ ଭୋଜନ ବାବଦ ଖର୍ଚ୍ଚ ପାଇବେ। ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ବୁଝୁଥିଲେ ।

Comments are closed.