www.samajalive.in
Sunday, December 14, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଏହି କାରଣ ହେତୁ ଆବଶ୍ୟକ ପୋଟାସିୟମ

ସ୍ୱାସ୍ଥ୍ୟ ପାଇଁ ପୋଟାସିୟମରେ ଭରପୂର ଥିବା ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ। ପୋଟାସିୟମ ଯୁକ୍ତ ଆହାର ଖାଇବା ଦ୍ୱାରା ଏହା ଆମ ମାଂସପେଶୀକୁ ଶକ୍ତ କରିଥାଏ। ଶରୀରରେ ଉପଯୁକ୍ତ ପରିମାଣରେ ପୋଟାସିୟମ ପାଇବାକୁ ହେଲେ ଆପଣଙ୍କୁ ଯଥେଷ୍ଟ ପରିମାଣରେ ଫଳ , ବାଦାମ, ସବୁଜ ପନିପରିବା ଖାଇବା ଆବଶ୍ୟକ ଅଟେ। ଖାଦ୍ୟରେ ପୋଟାସିୟମ ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଅଟେ। ରୋଗମୁକ୍ତ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟପେୟର ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ପୋଟାସିୟମ ଅଭାବରୁ ବହୁ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ, ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ପୋଟାସିୟମ ଅଭାବରୁ ସ୍ୱାସ୍ଥ୍ୟ ପାଇଁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ….
ମାଂସପେଶୀ ଦୁର୍ବଳ ହେବା –
ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ବହୁ ସମୟରେ ମାଂସପେଶୀ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା କାରଣରୁ ଶରୀରରେ ଅନ୍ୟାନ୍ୟ ରୋଗ ସୃଷ୍ଟି ହୋଇଥାଏ।
ପେଟ ଜନିତ ସମସ୍ୟା –
ପୋଟାସିୟମ ଅଭାବରୁ ପେଟ ଫୁଲିବା, କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। କାରଣ ପୋଟାସିୟମ ଅଭାବରୁ ହଜମ କ୍ରିୟା ସୂଚାରୁ ରୂପେ ହୋଇପାରେ ନାହିଁ। ପାଚନ ତନ୍ତ୍ର ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।
ଶିରାପ୍ରଶିରା ଦୁର୍ବଳ ହେବା –
ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ଶିରାପ୍ରଶିରା ଦୁର୍ବଳ ହୋଇଯାଏ। ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଫଳରେ ହାତ ଗୋଡ଼ ଫୁଲିବା ଭଳି ସମସ୍ୟା ସୃଷ୍ଟି ହେବା ସହ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।
ଥକ୍କାପଣ ଅନୁଭୂତ ହେବା –
ଶରୀରରେ ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ଅଧିକ ପରିମାଣରେ ଥକ୍କାପଣ ଅନୁଭୂତ ହୋଇଥାଏ। କୌଣସି କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଫଳରେ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରିନଥାଏ।
ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହେବା –
ଶରୀରରେ ସଠିକ ମାତ୍ରାରେ ପୋଟାସିୟମର ମାତ୍ରା ରଖିଲେ ଫୁସଫୁସ ସଠିକ ଭାବେ କାର୍ଯ୍ୟ କରେ , ଫଳରେ ଆମେ ସହଜରେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ। ମାତ୍ର ପୋଟାସିୟମର ମାତ୍ରା କମ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି ହୁଏ। ଅର୍ଥାତ ଶରୀରକୁ ଉପଯୁକ୍ତ ମାତ୍ରାରେ ଅମ୍ଳଜାନ ମିଳିପାରେ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories