www.samajalive.in
Monday, December 8, 2025
14.1 C
Bhubaneswar

ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ‘କାର୍ଟୋସାଟ୍‍-୩’ର ସଫଳ ଉତକ୍ଷେପଣ

ବେଙ୍ଗାଲୁରୁ : ଭାରତର ସର୍ବାଧୁନିକ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ‘କାର୍ଟୋସାଟ୍‍-୩’ କୁ ବୁଧବାର ସକାଳ ୯ଟା ୨୮ ମିନିଟରେ ଶ୍ରୀହରିକୋଟାର ଶତୀସ ଧୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ କରାଯାଇଛି।  PSLV-C47 ଏହାକୁ ମହାକାଶକୁ ନେଇ ଯାତ୍ରା କରିଛି।  ଆମେରିକାର ଆଉ ୧୩ଟି ଉପଗ୍ରହ ସହ ଏହି ଉପଗ୍ରହର ଉତକ୍ଷେପଣ କରଯାଇଛି ବୋଲି    ଭାରତୀୟ ମହାକାଶ ଗବେଷଣା ଓ ବିକାଶ ସଂସ୍ଥା (ଇସ୍ରୋ) କହିଛି । ୨୬ ଘଣ୍ଟା ପୂର୍ବରୁ ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା।

ତେବେ ମାତ୍ର ୨୭ ମିନିଟ ମଧ୍ୟରେ ସମସ୍ତ ଉତକ୍ଷେପଣ କାର୍ଯ୍ୟ କରାଯିବା ସହ ଉପଗ୍ରହକୁ ନିଜ କକ୍ଷ ପଥରେ ଅବସ୍ଥାପିତ କରାଯାଇଛି।

- Advertisement -

ଇସ୍ରୋର ଅଧ୍ୟକ୍ଷ ଡ଼କ୍ଟର କେ. ଶିବନ ଉଭୟ ଉପଗ୍ରହ ଏବଂ ଉତକ୍ଷେପଣ ଟିମ୍ ର ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଚନ୍ଦ୍ରଯାନ-୨ ମିଶନ୍‍ ବିଫଳ ହେବା ପରେ ଇସ୍ରୋ ଦ୍ୱାରା ଏହି ପ୍ରଥମ ମିଶନ୍‍ ସଫଳ ହୋଇଛି। ଏହି ଉପଗ୍ରହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏଥିରେ ଅତି ହାଇ-ରିଜଲ୍ୟୁସନ୍‍ କ୍ୟାମେରା ଖଞ୍ଜାଯାଇଛି ଯାହା ସହରାଞ୍ଚଳ ଯୋଜନା, ମୌଳିକ ଢାଞ୍ଚା ବିକାଶ ଓ ଉପକୂଳବର୍ତ୍ତୀ ଜମିର ବ୍ୟବହାର ଆଦିରେ ସାହାଯ୍ୟ କରିବ।

କାର୍ଟୋସାଟ୍‍-୩  ଉପଗ୍ରହର ଓଜନ ହେଉଛି ୧ହଜାର ୬୨୫ କିଲୋଗ୍ରାମ୍‍। ତୃତୀୟ ପିଢ଼ି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଶୃଙ୍ଖଳାର ଏହା ପ୍ରଥମ ଉପଗ୍ରହ। ଏହାର କ୍ୟାମେରା ଇସ୍ରୋର ସବୁଠୁ ଉତ୍କୃଷ୍ଟ କ୍ୟାମେରା କୁହାଯାଉଛି। ଏହି କ୍ୟାମେରା ୨୫ ସେଣ୍ଟିମିଟର ଦୂରରୁ ମଧ୍ୟ ଦୁଇଟି ପଦାର୍ଥକୁ ଜାଣିପାରିବ। ଯାହା ସହରାଞ୍ଚଳ ଯୋଜନା ପ୍ରସ୍ତୁତକାରୀମାନଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories